ପିତା-ପୁତ୍ର ସମ୍ପର୍କ ରକ୍ତର ଛିଟା, କର୍ଣ୍ଣାଟକରେ ବାପାକୁ ହତ୍ୟା କରି ୩୨ ଖଣ୍ଡ କଲା ପୁଅ

Published By : Prameya-News7 Bureau | December 13, 2022 IST

ବେଙ୍ଗାଳୁରୁ: ଦିଲ୍ଲୀ ମେହରୁଳି ଶ୍ରଦ୍ଧା ଓ୍ବାକର ମର୍ଡର ପରେ ଆଉ ଏକ ହତ୍ୟା । ଏଠି ସମ୍ପର୍କରେ ଲାଗିଛି ରକ୍ତର ଛିଟା । ପିତା-ପୁତ୍ର ସମ୍ପର୍କ ଭୁଲି ଯାଇଛି ପୁଅ । ବାପାକୁ ହତ୍ୟା କରିବା ପରେ ମୃତଦେହକୁ ୩୨ଖଣ୍ଡ କରି ବୋରଓ୍ବେଲରେ ଫିଙ୍ଗି ଦେଇଥିଲା ଜହ୍ଲାଦ ପୁଅ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବେଙ୍ଗାଳୁରରୁ ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସତ ଉଗାରିଛି ଅଭିଯୁକ୍ତ ।

କର୍ଣ୍ଣାଟକର ବାଗଲକୋଟ୍ ପୋଲିସ ଏହି ହତ୍ୟାକାଣ୍ଡର ଖୁଲାସା କରିଛି ।  ଅଭିଯୁକ୍ତ ବିଠଲା କୁଲାଲି ନିଜ ବାପାକୁ ହତ୍ୟା କରିଛି । ଡିସେମ୍ବର ୬ ତାରିଖରେ ବାପା ଓ ପୁଅ ମଧ୍ୟରେ ଝଗଡ଼ ହୋଇଥିଲା । ବିଠଲା ଉତ୍ତେଜିତ ହୋଇ ବାପା ପର୍ଶୁରାମକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପର୍ଶୁରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ମୃତଦେହକୁ ୩୨ଖଣ୍ଡ କରି ବାଗଲକୋଟ୍‌ର ମୁଧଲ ଅଞ୍ଚଳର ଏକ କ୍ଷେତରେ ଖୋଳାଯାଇଥିବା ବୋରଓ୍ବେଲ ଭିତରେ ଫିଙ୍ଗି ଦେଇଥିଲା । ପୋଲିସ ବୋଲଓ୍ବେଲ ଭିତରୁ ପର୍ଶୁରାମଙ୍କ ଦଣ୍ଡବିଖଣ୍ଡିତ ଅଂଶକୁ ଜବତ କରିଛି ।

ଅଭିଯୁକ୍ତ ବିଠଲା କହିବା ଅନୁଯାୟୀ, ବାପା ପର୍ଶୁରାମ ତାଙ୍କୁ ନିର୍ଯାତନା ଦେଉଥିଲେ । ପ୍ରତି ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରୁଥିଲେ । ଡିସେମ୍ବର ୬ତାରିଖରେ ନିର୍ଯାତନା ସହିନପାରି ବାପାଙ୍କୁ ହତ୍ୟା କରିଥିବା କହିଛି ବିଠାଲ୍ । ଅନ୍ୟପଟେ ପୋଲିସ୍ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତରେ ରଖି ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.