ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀ କହି ଏମ୍ଆଇଟି ପ୍ରଫେସର ନିଲମ୍ବିତ
28/11/2022 at 6:26 PM

ବେଙ୍ଗାଲୁରୁ: ପାଠ ପଢ଼ାଇଲା ବେଳେ ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀ କହି ନିଲମ୍ବିତ ହେଲେ ଅଧ୍ୟାପକ। ବେଙ୍ଗାଲୁରୁ ମଣିପାଲ ୟୁନିଭର୍ସିଟିରେ(ଏମ୍ଆଇଟି) ଏଭଳି ଘଟଣା ଘଟିଛି। ପାଠ ପଢାଉଥିବାର ଭିଡିଓ ଶୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ନଭେମ୍ର ୨୬ ତାରିଖ ଶୁକ୍ରବାର ଏହି ଘଟଣା ଘଟିଥିଲା। ବାରମ୍ବାର ବାରମ୍ବାର ଆତଙ୍କବାଦୀ କୁହାଯିବା ପରେ ବିରୋଧ କରି ଛାତ୍ର ଜଣଙ୍କ ପ୍ରଫେସରଙ୍କ ସହିତ ତର୍କ କରୁଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ଅଧ୍ୟାପକ ଛାତ୍ରଙ୍କୁ ତାଙ୍କ ପୁଅ ବୋଲି କହୁଛନ୍ତି। ହେଲେ ଛାତ୍ର ହୁଛନ୍ତି ନାଁ ଯଦି ଜଣେ ହାପା ଏପରି କହୁଛନ୍ତି ତେବେ ଏହା କେବେ ବି ମଜାକ ହେଇପାରେନା।
ତର୍କ ପରେ ପ୍ରଫେସର କ୍ଷମା ଛାତ୍ରଛାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଭିଡିଓରେ ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଏମ୍ଆଇଟି ପ୍ରଫେସରଙ୍କୁ ନିଲମ୍ବିତ କରିବା ସହିତ ଅନ୍ତରୀଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଲେଜ ଲୋକସମ୍ପର୍କ ଅଫିସର ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।