ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ
11/05/2018 at 5:51 AM

ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭାର ପାଇଁ ନିର୍ବାଚନ । ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ବିଭିନ୍ନ ପ୍ରମୁଖ ଦଳର ହେଭି ୱେଟ୍ ମାନଙ୍କୁ ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମାରାଥନ ପ୍ରଚାର କରିବାସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆସନ୍ତା ୧୨ ତାରିଖ ଭୋଟ ଗ୍ରହଣ ପରେ ୧୫ ତାରିଖରେ ଗଣତି ହେବ ଓ ଫଳ ପ୍ରକାଶ ପାଇବ । ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ୍ ରେ ଦଳରଅନୁସୂଚ୍ଚିତ ଜାତି ଜନଜାତି କର୍ମୀଙ୍କ ସହ କଥା ହୋଇଛନ୍ତି । ଜାତି ପ୍ରସଙ୍ଗ କର୍ଣ୍ଣଟକ ଭୋଟ ଉପରେ ବଡ ପ୍ରଭାବ ରଖୁଥିବା ବେଳ, ଶେଷ ମୂହୁର୍ତ୍ତରେ ମନ୍ତ୍ର ଦେବାକୁ ଭୁଲିନାହାନ୍ତି ବିଜେପିର ମାଷ୍ଟର ପ୍ରଚାରକ । ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁୟୁରାପ୍ପା ରୋଡ ଶୋ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଠା କରିଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳ ବୁଲି ରୋଡ ସୋ ସହ ପ୍ରଚାର କରିଛନ୍ତି । । ଏକଜିଟ୍ ପୋଲ୍ ରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ବୋଲି ଆକଳନ କରାଯାଉଛି । କଂଗ୍ରେସ- ବିଜେପି ଏବଂ ଜେଡିଏସ୍ ମଧ୍ୟରେ ଟକ୍କର ଟକ୍କର ହେବ। ଜେଡିଏସ୍ କିଙ୍ଗ୍ ମେକର ହେବ ବୋଲି ରାଜନୈତୀକ ବିଶ୍ଳେଷକ ଅନୁମାନ କରୁଛନ୍ତି । ସେପଟେ ଭୋଟ ପୂର୍ବରୁ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଜେଡିଏସ୍ ସୁପ୍ରିମୋ ଏଚଡି ଦେବେଗୌଡା କହିଛନ୍ତି, ଭୋଟ ଫଳାଫଳ ଆସିଲା ପରେ ମେଣ୍ଟ ନେଇ ତାଙ୍କ ଦଳ ଯାହା କିଛି ନିଷ୍ପତ୍ତି ନେବ ।