Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ବିଧାନସବା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ

10/05/2018 at 11:26 AM

କର୍ଣ୍ଣାଟକ ବିଧାନସବା ନିର୍ବାଚନ ପାଇଁ ଚାଲିଥିବା ହାଇଭୋଲଟେଜ ନିର୍ବାଚନୀ ପ୍ରଚାରର ଆଜି ଶେଷ ଦିନ। ଭୋଟରଙ୍କୁ ଆକର୍ଷିତ କରିବାପାଇଁ କଂଗ୍ରେସ, ବିଜେପି ଓ ବାକି ରାଜନୈତିକ ଦଳଗୁଡିକ ଚଳାଇଥିବା ପ୍ରଚାର ଆଜି ସନ୍ଧ୍ୟା ୫ଟାରେ  ଶେଷ ହେବ।କର୍ଣ୍ଣାଟକର ୨୨୪ଟି ବିଧାନସଭା ଆସନ ପାଇଁ ମେ ୧୨ରେ ହେବ ଭୋଟ ଗ୍ରହଣ। କର୍ଣ୍ଣାଟକରେ ଏଥର ୨୧୯ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୬୫୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମେ ୧୫ରେ ଭୋଟଗଣତି ହେବ। କର୍ଣ୍ଣାଟକର ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ ୟେଡୁରାପ୍ପା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟାଙ୍କ ନିର୍ବାଚନମଣ୍ଡଳିର ବାଦାମିରେ ରୋଡ ଶୋ କରିବେ। ସେପେଟେ ଆଜି ବି ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଅନେକ ଜାଗାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନରେ ବାଜିମାତ୍ କରିବାପାଇଁ ବିଜେପି-କଂଗ୍ରେସ ପରସ୍ପରର ଗୋହି ଖୋଳିଛନ୍ତି, ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ଛନ୍ଦିବାକୁ ଚେଷ୍ଟା କରିଛନ୍ତି।

Leave a Reply

   Related Posts