LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକ ନିର୍ବାଚନରେ ରେକର୍ଡ ; ୧୯୫୨ ପରଠୁ ସର୍ବାଧିକ ମତଦାନ

15/05/2018 at 9:32 AM

କର୍ଣ୍ମାଟକ ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ରେକର୍ଡର ହକଦାର । ୧୯୫୨ ପରଠୁ କୌଣସି ଭୋଟରେ ଏତେ ସଂଖ୍ୟକ ମତଦାନ ହୋଇନଥିଲା । ଚଳିତଥର ୭୨.୪ ପ୍ରତିଶତ ଭୋଟିଂ ହୋଇଥିଲା । ତେୂବେ ଏଥର ପ୍ରଚାର ବି ହୋଇଥିଲା ସବୁଠୁ ବେଶି ହାଇ ପ୍ରୋଫାଇଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟ୍ର ଏନେକ ସଦସ୍ୟ, ବିଜେପି ସଭାପତି ଅମିତ ଶାହାଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏନେକ ସଭା ସହ ରାଲି କରିଥିଲେ । ସେହି ତୁଳନାରେ କିନ୍ତୁ କଂଗ୍ରେସ ପ୍ରଚାର ଟିକେ କମ୍ ଥିଲେ ବି ଜୋରଦାର ଥିଲା । କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି ପ୍ରଚାର ରାଲି ସହ ରାଜ୍ୟ ସାରା ସଭା କରିଥିଲେ ।ସିଦ୍ଧରମୈୟା ବି ପ୍ରଚାରରର କିଛି ବି ଚାନ୍ସ ଛାଡିନଥିଲେ । ରାଜନେତାଙ୍କ ମନ୍ଦିର ଦର୍ଶନ , ପୂଜାର୍ଚ୍ଚନା, ଗୋ ପୂଜା ଆଦି ବି ଥିଲା ଚର୍ଚ୍ଚାରେ ।ଏକାଧିକ ବିକାଶ ଯୋଜନା କରିଥିବା ସିଦ୍ଦରମୈୟା ସେହି ଆଧାରରେ ବିଜୟ ଆଶା ରଖିଥିଲେ । କିନ୍ତୁ ଜ୍ୟୋତିଶଙ୍କ ଉପରେ ଅଧିକ ଭରସା ରଖୁଥିବା ୟେଦୁରାପ୍ପା ବୋଧହୁଏ ଭୋଟରଙ୍କ ମତ ପରିବର୍ତ୍ତନର ସୂଚନା ପାଇଥିଲେ । ସେଥିଲାଗି ସେ ଆଗୁଆ ଶପଥ ଗ୍ରହଣର ତାରିଖ ବି କହୁଥିଲେ । କର୍ଣ୍ମାଟକ ରେଜଲ୍ଟ ଆଉ ଯାହା ପ୍ରଭାବ ରଖୁ ନରଖୁ କିନ୍ତୁ ୨୦୧୯ ରଣନୀତି ପାଇଁ ସବୁ ଦଳକୁ ଏକ କେଶ୍ ଷ୍ଟଡି ହେବ ନିଶ୍ଚୟ ।

Leave a Reply

   Related Posts