ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଦଳିପାରେ ଆଇଟି ନିୟମ । ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ସଂଶୋଧନ ହୋଇପାରେ । ଆଇଟି କମ୍ପାନୀରେ ଓ୍ବାର୍କିଂ ଆଓ୍ବାର ୧୨ ଘଣ୍ଟା ବଦଳରେ ୧୪ ଘଣ୍ଟା କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ କର୍ଣ୍ଣାଟକ ସରକାର ଆଲୋଚନା କରୁଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କର୍ମଚାରୀ କହିଛନ୍ତି ଏହା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବ । କର୍ମଚାରୀଙ୍କୁ ଛଟେଇ କରିବାକୁ ଏହା କମ୍ପାନୀ କର୍ତ୍ତୃପକ୍ଷଙ୍କ ଏକ ସୁ-ପରିକଳ୍ପିତ ଯୋଜନା ଏବଂ ଏହା ଏକ ଅମାନବୀୟ ପ୍ରସ୍ତାବ ବୋଲି କର୍ମଚାରୀମାନେ କହିଛନ୍ତି ।
କର୍ଣ୍ଣାଟକରେ ବିଭିନ୍ନ ଆଇଟି କମ୍ପାନୀ ଚାହୁଁଛନ୍ତି, କର୍ମଚାରୀମାନେ ପ୍ରତିଦିନ ୧୨ ଘଣ୍ଟା ସହିତ ଅତିରିକ୍ତ ୨ ଘଣ୍ଟା କାର୍ଯ୍ୟ କରନ୍ତୁ । ତେଣୁ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୬୧ କୁ ସଂଶୋଧନ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କର୍ଣ୍ଣାଟକରେ ଏବେ ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ସରକାର ଏନେଇ ଆଲୋଚନା କରୁଛନ୍ତି । ଏହି ନିୟମ ବଦଳରେ ଆଇଟି ଫାର୍ମରେ ପ୍ରତିଦିନ କାର୍ଯ୍ୟ ସମୟ ୧୪ ଘଣ୍ଟା ହେବ ।
କର୍ଣ୍ଣାଟକ ସରକାର ପଠା ଯାଇଥିବା ପ୍ରସ୍ତାବରେ କୁହାଯାଇଛି, ଆଇଟି/ଆଇଟିଇଏସ/ବିପିଓ କ୍ଷେତ୍ରରେ କର୍ମଚାରୀମାନେ ପ୍ରତିଦିନ ୧୨ ଘଣ୍ଟାରୁ ଅଧିକ ଏବଂ ଲଗାତାର ୩ମାସ ପର୍ଯ୍ୟନ୍ତ ୧୨୫ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରିବ । ଏନେଇ ଗୋଟିଏ ବୈଠକ ବସିଥିବା ସୂଚନା ମିଳିଛି ।...