scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ, ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍

1/06/2023 at 2:39 PM

ବେଙ୍ଗାଲୁରୁ ୦୧।୦୬: ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ ।  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍ । ଏହି ଘଟଣାଟି କର୍ଣ୍ଣାଟକର ଚାମରାଜନଗରର ମକାଲି ଗ୍ରାମ ନିକଟରେ ହୋଇଛି ।  ଦୁର୍ଘଟଣାର ଶିକାର ହୋଇଥିବା ବିମାନକୁ ବାୟୁସେନାର କିରଣ ପ୍ରଶିକ୍ଷକ ବିମାନ ବୋଲି କୁହାଯାଉଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ତେବେ ଉଭୟ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ଭାରତୀୟ ବାୟୁସେନାର ଟ୍ୱିଟ୍ ମୁତାବକ କିରଣ ପ୍ରଶିକ୍ଷଣ ବିମାନ ଆଜି ନିୟମିତ ଭାବେ ପ୍ରଶିକ୍ଷଣ ଉଡାନ କ୍ରମରେ ଦୁର୍ଘଟଣାରେ ଶିକାର ହୋଇଛି ।ତେବେ କେଉଁ କାରଣରୁ ଦୁର୍ଘଟଣା ହୋଇଛି ଏହାର କାରଣ ଅସ୍ପଷ୍ଟ ରହିଛି ।  ଦୁର୍ଘଟଣାର କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଓ ଧୂଆଁ ଦେଖାଯାଉଛି। ସୂଚନା ଥାଉକି ଅଳ୍ପ କିଛିଦିନ ତଳେ ମଧ୍ୟପ୍ରଦେଶର ଭିଣ୍ଡଠାରେ ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟରର କିଛି ତୃଟି କାରଣରୁ ଜରୁରୀ ଅବତରଣ କରାଯାଇଥିଲା । ଏହି ଘଟଣା ୨୭ ମଇରେ ହୋଇଥିଲା ।

You Can Read:

   Related Posts