scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସହମତିରେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ!

10/08/2023 at 10:10 AM

Karnataka High Court

ବେଙ୍ଗାଲୁରୁ ୧୦/୦୮: ସହମତିରେ ଶାରୀରିିକ ସମ୍ପର୍କ ରଖିଥିଲେ ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । ଘଟଣାର ୬ ବର୍ଷ ପରେ କୌଣସି ମହିଳା ଏପରି ଅଭିଯୋଗ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଏପରି କିଛି ରାୟ ଦେଇଛନ୍ତି ।

ସହମତିରେ ଶାରୀରିକ ସମ୍ପର୍କ ରଖିବାର ଦୀର୍ଘ ବର୍ଷ ପରେ ସମ୍ପୃକ୍ତା ମହିଳା ବଳାତ୍କାର ଅଭିଯୋଗ ଆଣିପାରିବେନି ବୋଲି କର୍ଣ୍ଣାଟକ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି । ସୋସିଆଲ ମିଡିଆରେ ପରିଚୟ ହେବା ପରେ ପରସ୍ପରକୁ ଭେଟିବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଆସିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି ।

ମାମଲା ଅନୁସାରେ ଅଭିଯୋଗକାରୀ ଏବଂ ଆବେଦନକାରୀଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ରହିଥିଲା । ୨୦୧୩ରେ ସେମାନେ ପରସ୍ପରକୁ ଜାଣିଥିଲେ । ଉଭୟେ ପାଖାପାଖି ମଧ୍ୟ ରହୁଥିଲେ । ଅନେକ ସମୟରେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ଘରକୁ ଯାଉଥିଲେ । ସେଠାରେ ସେ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଉଭୟେ ମଦ୍ୟପାନ କରି ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ । ୨୦୧୯ ଡିସେମ୍ବରରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଫିକା ପଡ଼ିଥିଲା ।

୨୦୨୧ରେ ମହିଳା ଜଣକ ଇନ୍ଦିରାନଗର ପୁଲିସରେ ପ୍ରତାରଣା ଓ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗ କରିଥିଲେ । ତେବେ ଦୀର୍ଘ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଏବେ ବଳାତ୍କାର ଅଭିଯୋଗ ଆଣିବାର କୌଣସି ଆଧାର ନାହିଁ ବୋଲି ଜଷ୍ଟିସ୍‌ ଏନ୍‌ ନାଗାପ୍ରସନ୍ନା କହିଥିଲେ । ଏଥିସହ ବେଙ୍ଗାଲୁରୁର ଇନ୍ଦିରାନଗର ପୁଲିସ ଏବଂ ଦାବାନଗେରେ ମହିଳା ଥାନା ଜରିଆରେ ୨୦୨୧ରେ ରୁଜୁ ହୋଇଥିବା ଏକ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଥିଲେ । ଶୁଣାଣିବେଳେ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଅନେକ ରାୟର ଉଦାହରଣ ମଧ୍ୟ ଦେଇଥିଲେ ।

you can also read…

   Related Posts