କରୋନା ବିଗାଡ଼ୁଛି ସ୍ଥିତି ! କର୍ଣ୍ଣାଟକ ରାଜ୍ୟପାଳ ସଂକ୍ରମିତ; ଏହି ଲୋକଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୂଳକ

Published By : Prameya-News7 Bureau | January 09, 2024 IST

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଜେଏନ.୧ ଦେଶରେ ପୁଣି ଥରେ ସଂକ୍ରମିତ ସଂଖ୍ୟାକୁ ବଢାଇଛି । ସରକାରୀ ଡାଟା ଅନୁସାରେ ଦେଶରେ ସୋମବାର ସୁଦ୍ଧା ୧୨ ରାଜ୍ୟରୁ କରୋନା ସଂକ୍ରମଣର ନୂଆ ଭାରିଆଣ୍ଟ ଜେଏନ.୧ର ମୋଟ ୮୧୯ ମାମଲା ଚିହ୍ନଟ ହୋଇଛି । ଏହାରି ଭିତରେ କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲୋତ କରୋନା ସଂକ୍ରମିତ ହୋଇଥିବା ଖବର ମିଡିଆ ରିପୋର୍ଟରେ ସାମନାକୁ ଆସିଛି । ଏଏନଆଇ ରିପୋର୍ଟ ଅନୁସାରେ, ସେ ନିଜ ବାସଭବନରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ଅନୁସାରେ, କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ୍ର ଗେହଲୋତ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜକୁ ରାଜଭବନରେ କ୍ୱାରେଣ୍ଟାଇନରେ ରଖିଛନ୍ତି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ସରକାରଙ୍କ ଚିନ୍ତା ବଢିଛି । ସାର୍ବାଜାନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ସରକାର ପୂର୍ବରୁ ବାଧ୍ୟତାମୂଳକ କରିଥିଲେ । ଏବେ ନୂଆ ଗାଇଡଲାଇନ୍ ଜାରି କରି ସରକାରଙ୍କୁ ସହଯୋଗ କରିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ।

ପଢନ୍ତୁ: କରୋନା ଆକ୍ରାନ୍ତ ବଢ଼ିବା ପରେ ଆଲର୍ଟ, ଟେଷ୍ଟିଂ ଓ ସର୍ଭିଲାନ୍ସ ବଢ଼ାଇବାକୁ ପରାମର୍ଶ

କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି ଆଦେଶରେ କରୋନା ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ କହିଛନ୍ତି ଯେ କର୍ଣ୍ଣାଟକରେ ଇନଫ୍ଲୁଏଞ୍ଜା ପରି ରୋଗ ଏବଂ ଗୁରୁତର ଶ୍ୱାସ ରୋଗୀଙ୍କ ପାଇଁ କରୋନା ପରୀକ୍ଷଣ ବାଧ୍ୟତାମୂଳକ କରାଯାଇଛି । ଏହାସହ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ କହିଛନ୍ତି, ‘ପ୍ରତିଦିନ ୭୦୦୦ରୁ ଅଧିକ ପରୀକ୍ଷଣ କରାଯାଉଛି ଏବଂ ରାଜ୍ୟରେ ଭୟର କୌଣସି ସ୍ଥିତି ନାହିଁ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.