scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବାହ ପାଇଁ ମିଳୁନାହିଁ ଝିଅ, ମନ୍ଦିର ପଦଯାତ୍ରାରେ ବାହାରିବେ ବହୁ ଅବିବାହିତ କୃଷକ

14/11/2023 at 12:47 PM

ନୂଆଦିଲ୍ଲୀ ୧୪।୧୧: ବାହା ହେବା ପାଇଁ ମିଳୁ ନାହିଁ କନ୍ୟା । ଏଥିପାଇଁ କର୍ଣ୍ଣାଟକର ବହୁ ଅବିବାହିତ କୃଷକ ମାଣ୍ଡୟା ମନ୍ଦିର ଯାଏଁ ପଦଯାତ୍ର କରିବେ । ଏହି ପଦଯାତ୍ରାରେ ସେ ମନ୍ଦିରକୁ ଯାଇ ମାତା ଦେବୀଙ୍କୁ ତାଙ୍କ ବିବାହ ହେବା ପାଇଁ ପ୍ରାର୍ଥନା କରିବେ। ଚଳିତ ବର୍ଷ ଫେବୃଆରୀ ମାସରେ ଶହ ଶହ ଅବିବାହିତ କୃଷକ ଏଭଳି ପଦଯାତ୍ରା କରିଥିଲେ।

ସନ୍ତୋଷ ନାମକ ଜଣେ କୃଷକ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କହିଥିଲେ ଯେ ତାଙ୍କ ବୟସ ୩୦ ବର୍ଷରୁ ଅଧିକ। ଫେବୃଆରୀରେ ତାଙ୍କ ପରି ଶତାଧିକ କୃଷକ ଏମଏମ ହିଲ୍ସ ମନ୍ଦିରକୁ ଯାଇଥିଲେ। ସେ କହିଛନ୍ତି, ଆମେ ବିବାହ ପାଇଁ ଯୌତୁକ ଦାବି କରୁନାହୁଁ। ଆମେ ରାଣୀମାନଙ୍କ ପରି ଆମର ପତ୍ନୀମାନଙ୍କର ଯତ୍ନ ନେଉଛୁ କିନ୍ତୁ ତଥାପି କୌଣସି ପରିବାର ଆମକୁ ସେମାନଙ୍କ ଝିଅ ଦେବାକୁ ପ୍ରସ୍ତୁତ ନୁହଁନ୍ତି ।

ଏହି ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ଏହି ପଦଯାତ୍ରା ବାହାର କରିଛୁ। ଅନେକ କୃଷକ କହିଛନ୍ତି ଯେ ଚାକିରୀ କରୁଥିବା ଲୋକଙ୍କ ଅପେକ୍ଷା ସେମାନେ ଚାଷରୁ ଅଧିକ ଅର୍ଥ ଉପାର୍ଜନ କରନ୍ତି। କିନ୍ତୁ ଏହା ସତ୍ତ୍ବେ କୌଣସି ପରିବାର କୃଷକ ହୋଇଥିବାରୁ ସେମାନଙ୍କ ଝିଅ ଦେବାକୁ ଚାହାଁନ୍ତି ନାହିଁ । ଏଭଳି ସମସ୍ୟା କେବଳ କର୍ଣ୍ଣାଟକରେ ନୁହେଁ ଅନ୍ୟ ଠାରେ ବି ଦେଖିବାକୁ ମିଳୁଛି।

ଅନେକ ରାଜ୍ୟର କୃଷକମାନେ ଏଭଳି ସମସ୍ୟାର ହେଉଛନ୍ତି ସମ୍ମୁଖୀନ

ମହାରାଷ୍ଟ୍ର, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର କୃଷକମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପଦଯାତ୍ରାର ନେତୃତ୍ୱ ନେଉଥିବା ସଂଗଠନର ପ୍ରତିଷ୍ଠାତା କେ.ଏମ ଶିବପ୍ରସାଦ କହିଛନ୍ତି ଯେ ଆମେ ରାଜ୍ୟବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛୁ।

   Related Posts