କର୍ଣ୍ଣାଟକ କାହାର ? : MUDDA
14/05/2018 at 12:31 PM

କାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ହେବ ଭୋଟ ଗଣତି। କର୍ଣ୍ଣାଟକର ୩୩ଟି ଜିଲ୍ଲାର ୩୮ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି। ମହୀଶୁର,ଚିତ୍ରଦୁର୍ଗା,ଦକ୍ଷିଣ କନ୍ନଡରେ ଦୁଇ ଦୁଇଟି କାଉଣ୍ଟିଂ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ତୁମାକୁରୁ ଜିଲ୍ଲାରେ ୩ଟି କାଉଣ୍ଟିଂ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଭୋଟ କାଉଣ୍ଟିଂ ପାଇଁ ମୋଟ ୧୧ ହଜାର ୧୬୦ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। କାଉଣ୍ଟିଂ ପାଇଁ କାଉଣ୍ଟିଂ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କାଲି ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା,ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ୟେଦେୟୁରୁପ୍ପା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମିଙ୍କ ଭାଗ୍ୟ ପରୀକ୍ଷା ହେବ।