କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’; ୧୩ଟି ବିଧାନସଭା କ୍ଷେତ୍ର ଦେଇ ଯିବ କ୍ୟାମ୍ପେନ

Published By : Prameya-News7 Bureau | May 06, 2023 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରା ହାଇ ହୋଇଛି । ହେଭିଓ୍ବେଟଙ୍କ କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ ରଣାଙ୍ଗନ । ଭୋଟ୍ ହାତେଇବାକୁ ପ୍ରତଶ୍ରୁତିର ପାହାଡ଼ ଛିଡା କରୁଛନ୍ତି ନେତା । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜାରି ରଖିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ମେଗା ରୋଡ୍ ଶୋ କରୁଛନ୍ତି । ଏହି ରୋଡ୍ ଶୋ ଦ୍ବିପ୍ରହର ୧.୩୦ ମିନିଟରୁ ଆରମ୍ଭ ହେବ । ଏହି ପ୍ରଚାର ଶୋ’ ୧୩ଟି ବିଧାନସଭାରେ କ୍ଷେତ୍ର ହୋଇଯିବ । ଏଥିରେ ୧୦ଲକ୍ଷ ଲୋକ ସାମିଲ ହେବାର ଯୋଜନା ରହିଛି । ମେ’ ୭ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ହେବ ।

ଶୁକ୍ରବାର ହେଉଥିବା ପ୍ରଚାର ରୋଡ୍ ଶୋ ୨୬ କିଲୋମିଟର ଲମ୍ବା ହେବ । ଏହା ଦକ୍ଷିଣ ବେଙ୍ଗାଲୁରୁ ସୋମେଶ୍ବର ଭବନ ଆଇବିଆଇ ଗ୍ରାଉଣ୍ଡରୁ ମାଲ୍ଲେଶ୍ବର ସାଙ୍କେ ଟ୍ୟାଙ୍କ ମଧ୍ୟରେ ହେବ । ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ଶନିବାର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ୩୬.୬ କିଲୋମିଟର ହେବ । ପ୍ରଥମେ ସକାଳ ୧୧ଟାରୁ ଆରମ୍ଭ ହୋଇ ଏହା ଦ୍ବିପ୍ରହର ଗୋଟାଏ ପର୍ଯ୍ୟନ୍ତ ୧୦ କିଲୋମିଟର ଚାଲିବ । ପରେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨୬ କିଲୋମିଟର ଚାଲିବ ।

wp:html /wp:html

ସୂଚାନ ଅନୁଯାୟୀ,  ଚଳିତ ସପ୍ତାହରେ ପିଏମ ମୋଦିଙ୍କ ୨ଟି ରୋଡ୍ ଶୋ ସହିତ ଜନସଭା କରିବେ । ପ୍ରଥମ ରୋଡ୍ ପ୍ରାୟ ୮କିଲୋମିଟର ଏବଂ  ଦ୍ବିତୀୟ ରୋଡ୍ ଶୋ ୩୦ କିଲୋମିଟର ପର୍ଯ୍ୟନ୍ତ ଚାଳିବ । ସେହିପରି ୭ ତାରିଖରେ ମୋଦି କର୍ଣ୍ଣାଟକର ୪ଟି ସ୍ଥାନରେ ସଭାକୁ ସମ୍ବୋଧିତ କରିବେ । କର୍ଣ୍ଣାଟକରେ ମେ’ ୧୦ ତାରିଖରେ ମତଦାନ ହେବ । ସେହିପରି ୩ ତାରିଖରେ ଭୋଟ୍ ଗଣତି ହେବ । ନିର୍ବାଚନରେ ଭୋଟ୍ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ମାନେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.