scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ନିର୍ବାଚନ ପାଇଁ ସରଗରମ ରାଜନୀତି ; ସାମ୍ବାଦିକ ସମ୍ମିଳନୀରେ ମନକଥା କହିଲେ ରାହୁଲ ଗାନ୍ଧୀ

8/05/2018 at 10:00 AM

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତି ଦଳର ନେତା ଜୋରସୋରରେ କରୁଛନ୍ତି ପ୍ରଚାର। ନିର୍ବାଚନୀ ରାଲିରେ କଂଗ୍ରସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ କଂଗ୍ରେସ ପାଇଁ କର୍ଣ୍ଣାଟକରେ ତୋଫାନୀ ନିର୍ବାଚନୀ ରାଲି କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ସମୃଦ୍ଧ ଭାରତ କନଫରେନ୍ସରେ ବେଙ୍ଗାଲୁରୁରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା କରୁଥିବାବେଳେ ସାମ୍ବାଦିକ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଯଦି ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୁଏ ତେବେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏବର୍ଷ ଦ୍ବିତୀୟ ଥର ପାଇଁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି ଦେଇଛନ୍ତି ଇସାରା। ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ବର୍କିଲେ ବିଶ୍ବବିଦ୍ୟାଳୟରେ ଛାତ୍ରମାନଙ୍କ ସହିତ ଆଲୋଚନା କରୁଥିବାବେଳେ ରାହୁଲ ୨୦୧୯ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି ଇସାରା ଦେଇଥିଲେ। ବିଜେପିକୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବନି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନମଣ୍ଡଳି ବାରଣାସୀ ହରାଇପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି। ସବୁ ବିରୋଧୀ ଦଳ ଏକଜୁଟ ହେଲେ ବିଜେପି ପୁଣି ଥରେ କ୍ଷମତା ଦଖଲ କରିବା ସମ୍ଭବ ହେବନି ବୋଲି କହିଛନ୍ତି ରାହୁଲ। ଏପରିକି ଉତ୍ତରପ୍ରଦେଶରେ ବିଜେପି ୫ଟିରୁ ଅଧିକ ଆସନରେ ବିଜୟୀ ହୋଇପାରିବନି ବୋଲି ରାହୁଲ ଗାନ୍ଧି କହିଛନ୍ତି।

Leave a Reply

   Related Posts