LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଜାରି

12/05/2018 at 6:31 AM

କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଜାରି । ମୋଟ ୨୨୪ଟି ଆସନ ମଧ୍ୟରୁ ୨୨୨ ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମଦଦାନ ମଦଦାନ ।  ୪କୋଟି ୮୮ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି ।  ମୈଦାନରେ  ଅଛନ୍ତି ୨ହଜାର ୨୨ଜଣ  ପ୍ରାର୍ଥୀ ।୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ  ପାଇଁ  ଏକ ନିର୍ବାଚନ ମଣ୍ଡଳୀର  ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ୨୨୩ଟି ଆସନରେ ମତଦାନ ପାଇଁ ସ୍ଥିର ହୋଇଥିଲା ।  ପରେ ନକଲି  ଭୋଟ୍ ପରିଚୟପତ୍ର ଅଭିଯୋଗ ଆସିବା ପରେ ଆର୍. ଆର୍. ନଗର ନିର୍ବାଚନ ମଣ୍ଡଳୀର  ଭୋଟିଂ କୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ । ଫଳରେ ଆଜି ୨୨୨ଟି ନିର୍ବାଚନ ମଣ୍ଡଳି ପାଇଁ ମତଦାନ ହେଉଛି । ଏଥିପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି  କରାଯାଇଛି  । ସମ୍ବେଦେନଶୀଳ ବୁଥ ଗୁଡିକରେ  ଅଧିକ ସୁରକ୍ଷା କର୍ମୀ  ମୁତୟନ ହୋଇଛନ୍ତି । ଆସନ୍ତ ୧୫ ତାରିଖରେ ହେବ ଭୋଟ୍  ଗଣତି ।  ତେବେ  ଆର.ଆର୍  ନଗର ନିର୍ବାଚନ ମଣ୍ଡଳୀ ପାଇଁ  ଆସନ୍ତା ୨୮ ତାରିଖରେ ଭୋଟ୍ ଗ୍ରହଣ ହେବ ।  କର୍ଣ୍ଣାଟକରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେବ ।  ଦୁଇ ଦଳ ମଧ୍ୟରେ କାଣ୍ଟେ କୀ ଟକ୍କର ସମ୍ଭାବନା ରହିଛି  ।   କୌଣସି ଦଳକୁ ପୁର୍ଣ୍ଣ ସଂଖ୍ୟା ଗରିଷ୍ଠତା ନମିଳିଲେ ଜେଡିଏସ୍ କିଙ୍ଗ୍ ମେକର ହେବାର ସମ୍ଭାବନା ରହିଛି …

Leave a Reply

   Related Posts