କର୍ଣ୍ଣାଟକ ନିର୍ବାଚନ: କୋଟିପତି ଓ ଅପରାଧୀ ପ୍ରାର୍ଥୀଙ୍କ ମେଳା
10/05/2018 at 12:22 PM

କର୍ଣ୍ଣାଟକର ଚଳିତ ବିଧାନସଭା ନିର୍ବାଚନରେ କୋଟିପତି ପ୍ରର୍ଥୀଙ୍କ ଭିଡ ଦେଖିବାକୁ ମିଳିଛି । ସମୁଦାୟ ୨୬୫୪ ପ୍ରାର୍ଥୀଙ୍କ ମଧରୁ ୮୮୩ ଜଣ କୋଟିପତି ପ୍ରାର୍ଥୀ । ତେବେ କୋଟିପତି ପ୍ରର୍ଥୀ ତାଲିକାରେ ବିଜେପି ସବୁଠୁ ଆଗରେ ରହିଛି। ସମସ୍ତ ୨୨୪ ଆସନରେ ବିଜେପି ପ୍ରାର୍ଥୀ ଦେଇଛି। ସେମାନଙ୍କ ମଧ୍ୟରୁ ୨୦୮ ଜଣ କୋଟିପତି ବୋଲି ସତ୍ୟପାଠରୁ ଜଣାପଡିଛି । ସେହିଭଳି ୨୨୦ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଛି । କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୭ଜଣ ହେଉଛନ୍ତି କୋଟିପତି। ଅପରପକ୍ଷରେ ଜନତାଦଳ(ଏସ) ୧୯୯ଟି ଆସନରେ ପ୍ରାର୍ଥୀ ଦେଇଛି। ପ୍ରାର୍ଥୀଙ୍କ ମଧ୍ୟରୁ ୧୫୪ ଜଣ କୋଟିପତି ବୋଲି ଜଣାପଡିଛି।
ପ୍ରାର୍ଥୀଙ୍କ ଅପରାଧ ପୃଷ୍ଟଭୂମି ସମ୍ପର୍କରେ ମିଳିଥିବା ତଥ୍ୟ ଆହୁରି ଉଦ୍ବେଗଜନକ । ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ ୩୯୧ଜଣ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଧର୍ତ୍ତବ୍ୟ ଅପରାଧ ଅଭିଯୋଗ । କୋଟିପତି ତାଲିକାରେ ବିଜେପି ଆଗରେ ଥିଲାଭଳି ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠଭୂମୀ କ୍ଷେତ୍ରରେ ମଧ୍ୟ ବିଜେପି ଆଗରେ ରହିଛି। ୨୨୪ଜଣ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ୮୩ଜଣଙ୍କ ବିରୋଧରେ ଅପରାଧ ମାମଲା ଚାଲିଛି। ସେହିଭଳି କଂଗ୍ରେସର ୨୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୫୯ ଜଣଙ୍କ ନାଁରେ ମାମଲା ରହିଛି । ଜନତା ଦଳ (ଏସ)ର ୧୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୪୧ ଜଣଙ୍କ ବିରୋଧରେ ରହିଛି ଧର୍ତ୍ତବ୍ୟ ଅପରାଧ ଅଭିଯୋଗ…