ମଣିଷ ପେଟରେ ମୁଦ୍ରା; ଅପରେସନ ପରେ ବାହାରିଲା ୧୮୭ଟି କଏନ୍, ଅଧିକ ଜାଣିବା ପାଇଁ ପଢ଼ନ୍ତୁ ଖବର

Published By : Prameya-News7 Bureau | November 30, 2022 IST

ବେଙ୍ଗାଳୁରୁ: ୫୮ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ବାହାରିଲା ଶତାଧିକ ମୁଦ୍ରା । ଅସ୍ତ୍ରୋପଚାର କରି ୧୮୭ଟି ମୁଦ୍ରା ବାହାର କରିଛନ୍ତି ଡାକ୍ତର । କର୍ଣ୍ଣାଟକର ବଗଲଲୋଟ ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଛି । ଲିଙ୍ଗସୁଗୁର ସହରରେ ରହୁଥିବା ଦୟମପ୍ପା ହରିଜନଙ୍କ ଅପରେସନ ପରେ ପ୍ରାୟ ଦେଢ କେଜି ଓଜନର କଏନ ବାହାର କରାଯାଇଛି ।  

ମଣିଷ ଷ୍ଟୋମାକ୍‌ରୁ ଏତେ ପରିମାଣର ଟଙ୍କା ବାହାରିବା ଖବର ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ ଡାକ୍ତରୀ ଟିମ୍ ଦୁଇ ଘଣ୍ଟା ଅପରେସନ କରିବା ପରେ ୧୮୭ଟି ମୁଦ୍ରା ବାହାର କରିଛନ୍ତି । କର୍ଣ୍ଣାଟକର ରାଇଚୁର ଜିଲ୍ଲାରୁ ଏହି ଖବର ସାମ୍ନାକୁ ଆସିଛି । ଲିଙ୍ଗସୁଗୁର ସହର ବାସିନ୍ଦା ୫୮ ବର୍ଷୀୟ ଦୟମପ୍ପା ହରିଜନ ଗତ ୨୬ ତାରିଖରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ବାନ୍ତି ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଏକ୍ସ-ରେ କରିବା ପରେ ପେଟରେ କିଛି ଧାତବ ପଦର୍ଥ ଥିବା ଡାକ୍ତର କହିଥିଲେ । ପରେ ଏଣ୍ଡ୍ରୋସ୍କୋପି କରାଯାଇଥିଲା । ତାଙ୍କ ପେଟରେ ଅନେକଗୁଡ଼ିଏ ଖୁଚୁରା ଟଙ୍କା ଥିବା ସ୍ପଷ୍ଟ ହୋଇଥିଲା ।

୩ଜଣିଆ ଡାକ୍ତର ଦଳ ଦୟମପ୍ପାଙ୍କ ଅପରେସନ କରିଥିଲେ । ଦୁଇ ଘଣ୍ଟାର କଠିନ କରିଶ୍ରମ ପରେ ତାଙ୍କ ପେଟରୁ ୧୮୭ଟି କଏନ୍ ବାହାରିଥିଲା ।    ଦୟମପ୍ପାଙ୍କ ପେଟରୁ ମୋଟ୍‌ ୪୬୨ ଟଙ୍କାର ମୁଦ୍ରା ବାହାରିଛି । ଏଥିମଧ୍ୟରେ ୫୬ଟି ୫ଟଙ୍କିଆ, ୫୧ଟି ୨ଟଙ୍କିଆ, ୮୦ଟି ଟଙ୍କିକିଆ ମୁଦ୍ରା ରହିଛି । ଏହି ମୁଦ୍ରାଗୁଡ଼ିକର ମୋଟ୍‌ ଓଜନ ୧.୨ କିଲୋ ।

ଅନ୍ୟପଟେ ବାପା ସିଜୋଫ୍ରେନିଆରେ ଆକ୍ରାନ୍ତ ଥିବା ପୁଅ ରବିକୁମାର କହିଛନ୍ତି । ଅସୁସ୍ଥ ଥିଲେ ମଧ୍ୟ ସେ ନିୟମିତ ନିଜ କାମ କରିଥାନ୍ତି । ତେବେ ମୁଦ୍ରା ଗିଳିଥିବା କଥା ସେ କାହାକୁ କହିନଥିଲେ । ହସ୍ପିଟାଲରେ ସ୍କ୍ରିନିଂ କରାଯିବା ପରେ ଏ ସଂପର୍କରେ ଜଣାପଡ଼ିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.