Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

କର୍ଣ୍ଣାଟକ ଡିଜିପି ଜଣେ ଅପଦାର୍ଥ, ତାଙ୍କୁ ଗିରଫ କର; ଡି.କେ ଶିବକୁମାର

15/03/2023 at 5:00 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ଡିଜିପି ତଥା ଆଇଜିପି ପ୍ରବୀଣ ସୁଦ ଜଣେ ଅପଦାର୍ଥ। ତାଙ୍କୁ ଗିରଫ କରାଯିବା ଦରକାର। ମଙ୍ଗଳବାର ଏଭଳି ବିବାଦୀୟ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର। ଡିଜିପି ପ୍ରବୀଣ ବିଜେପି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ସେ ଅଭିଯୋଗ ସହ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିବକୁମାର କହିଛନ୍ତି।  

ସେ କହିଛନ୍ତି “ ଏହି ଡିଜିପି ହେଉଛନ୍ତି ଜଣେ ନାଲାୟକ(ଅପଦାର୍ଥ)। ଥରେ ଆମ ସରକାର ଆସୁ, ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। ତାଙ୍କୁ ପଦଚ୍ୟୁତ କରିବ ପାଇଁ କଂଗ୍ରେସ ନିର୍ବାଚନ କମିଶନ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି। ମୁଁ ଭାବୁଛି ସେ(ପ୍ରବୀଣ ସୁଦ) ଜଣେ ସମ୍ମାନୀୟ ବ୍ୟକ୍ତି। ତୁରନ୍ତ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଦରକାର। ଏବଂ ତାଙ୍କୁ ଗିରଫ କରାଯିବା ଦରକାର।”  

ପୁଲିସ କଂଗ୍ରେସ ନେତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରୁଛି। ହେଲେ ବିଜେପି ନେତାଙ୍କ ବିରୋଧରେ ଗୋଟିଏ ବି ମାମଲା ରୁଜୁ କରି ନାହିଁ ବୋଲି ଶିବ କୁମାର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି “ ସେ (ପ୍ରବୀଣ) ୩ ବର୍ଷ ଚାକିରି କାଳ ପୂରା କରିସାରିଲେଣି। ଆଉ କେତେ ଦିନ ପଦରେ ରହି ଆପଣ ଏମିତି ସେମାନଙ୍କର ସେବା କରିବାକୁ ଚାହାନ୍ତି। ସେ କେବଳ କଂଗ୍ରେସ ବିରୋଧରେ ମାମାଲ କରୁଛନ୍ତି। ସେ ଆମ ବିରୋଧରେ ୨୫ଟି ମାମାଲା ରୁଜୁ କରିସାରିଲେଣି। ହେଲେ ବିଜେପି ବିରୋଧରେ ଗୋଟିଏ ବି ନୁହେଁ। ଆମ ସରକାର ଆସୁ, ଆମ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। ଏବଂ ସେହି ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଯେଉଁମାନେ ବେଆଇନ୍ ଭାବେ ସରକାର ସମର୍ଥନରେ କାର୍ଯ୍ୟ କରୁଛନ୍ତି।”

ରାଜ୍ୟରେ କଂଗ୍ରେସ ନିର୍ବାଚନ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶିବ କୁମାର। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଣ୍ଣାଟକ ଗସ୍ତକୁ ନେଇ ମଧ୍ୟ ଶିବକୁମାର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। କେବଳ ନିର୍ବାଚନ ପାଇଁ ମୋଦୀ କର୍ଣ୍ଣାଟକ ଭ୍ରମଣରେ ଆସୁଛନ୍ତି। ଯେତେବେଳେ କୋଭିଡ୍-୧୯ ଓ ମରୁଡ଼ିରେ ରାଜ୍ୟ ସଂଘର୍ଷ କରୁଥିଲା ସେତେବେଳ ପ୍ରଧାନମନ୍ତ୍ରୀ କାହିଁକି ରାଜ୍ୟକୁ ଆସିଲେ ନାହିଁ ବୋଲି ଶିବ କୁମାର ପ୍ରଶ୍ନ କରିଛନ୍ତି। ଏଥିସହତ ରାଜ୍ୟରେ ଚାଲୁଥିବା ବାସବରାଜ ବୋମାଇଙ୍କ ସରକାର ଦୁର୍ନୀତିରେ ବୁଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।   

   Related Posts