କଂଗ୍ରେସର ଆନୁଷ୍ଠାନିକ ଘୋଷଣା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା, ଡି.କେ ଶିବକୁମାର ହେବେ ଡେପୁଟି ସିଏମ
18/05/2023 at 1:08 PM

ବେଙ୍ଗାଲୁରୁ ୧୮/୦୫: ଅନେକ ବିଚାର ବିମର୍ଶ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି ସରିଛି । ଦଳ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସିଦ୍ଦରମୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ନିଆଯାଇଛି ନିଷ୍ପତ୍ତି । ଆସନ୍ତା ଶନିବାର ଅର୍ଥାତ୍ ମେ ୨୦ରେ ଏମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏନେଇ କଂଗ୍ରେସ ପକ୍ଷରୁ ଔପଚାରିକ ଘୋଷଣା ହୋଇଛି ।
ଅନେକ ବିଚାର ବିମର୍ଷ ପରେ ମେ ୧୭ ତାରିଖରେ କଂଗ୍ରେସ ନେଇଥିଲା ନିଷ୍ପତ୍ତି । ସିଦ୍ଦରମୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ ହୋଇଥିଲା । ଏହାସହ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଦଳର ଜାତୀୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ସିଦ୍ଧରମେୟା ସରକାରରେ କେବଳ ଜଣେ ଡେପୁଟି ସିଏମ୍ ରହିବେ ।
Karnataka Deputy CM designate DK Shivakumar
— ANI (@ANI) May 18, 2023
tweets, "Karnataka's secure future and our people's welfare is our top priority, and we are united in guaranteeing that." pic.twitter.com/WK6HeImoxV
ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବ ସହ କର୍ଣ୍ଣାଟକ କଂଗ୍ରେସକ ଅଧ୍ୟକ୍ଷ ବି ରହବେ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । କଂଗ୍ରେସକୁ ବହୁ ସଂଖ୍ୟାରେ ଭୋଟ ଦେଇ ଜତାଇଥିବାରୁ କେସି ଭେନୁଗୋପାଲ କର୍ଣ୍ଣାଟକର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । କଂଗ୍ରେସ ଏକଛତ୍ରବାଦୀ ଶାସନରେ ବିଶ୍ୱାସ କରେ ନାହିଁ । ଏହି ନିର୍ବାଚନରେ ଜିତିବା ପାଇଁ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବହୁତ ପରିଶ୍ରମ କରିଛନ୍ତି ।