Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମରୁଡ଼ି ପ୍ରଭାବିତ ଘୋଷଣା ହେଲା ୧୯୫ ବ୍ଲକ୍‌; କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଲେ ରାଜ୍ୟ ସରକାର

14/09/2023 at 10:19 PM

ବେଙ୍ଗାଲୁରୁ: ମୌସୁମୀ ବର୍ଷା ଜାରି ରହିଥିବା ବେଳେ କର୍ଣ୍ଣାଟକରେ ମରୁଡ଼ି ସ୍ଥିତି ଦେଖା ଦେଇଛି। ରାଜ୍ୟରେ ୧୯୫ ତାଲୁକା ବା ବ୍ଲକ୍‌କୁ ମରୁଡ଼ି ପ୍ରଭାବିତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟକୁ ମରୁଡ଼ି ସହାୟତା ପ୍ୟାକେଜ୍ ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି।

୧୯୫ ମରୁଡ଼ି ପ୍ରଭାବିତ ବ୍ଲକ ମଧ୍ୟରୁ ୧୬୧ ଟି “ଭୟଙ୍କର ମରୁଡ଼ି” ଶ୍ରେଣୀରେ ସ୍ଥାନିତ ହୋଇଥିବା ବେଳେ ଅନ୍ୟ ୩୪ ଟି “ମଧ୍ୟମ ମରୁଡ଼ି ପରିସ୍ଥିତି” ଶ୍ରେଣୀରେ ରଖାଯାଇଛି।

ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି “ରାଜ୍ୟର ୩୧ ଟି ଜିଲ୍ଲାର ୨୩୬ ତାଲୁକ ମଧ୍ୟରୁ ଘୋଷଣାନାମା ଗାଇଡଲାଇନରେ ମାନଦଣ୍ଡ ଅନୁଯାୟୀ ଏହି ସର୍ଭେ କରାଯାଇଥିଲା। ଆମେ ୧୬୧ ତାଲୁକକୁ ଭୟଙ୍କର ମରୁଡ଼ି ବୋଲି ଘୋଷଣା କରୁଛୁ। ଏବଂ ୩୪ ଟି ତାଲୁକ୍ ମଧ୍ୟମ ଧରଣର ମରୁଡ଼ି ପ୍ରଭାବିତ ବୋଲି କହିଛୁ। ମରୁଡ଼ି ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଆବେଦନ କରାଯିବ ବୋଲି ସେ କହିଛନ୍ତି।

ପଢ଼ନ୍ତୁ-ଗୃହପାଳିତ ପ୍ରାଣୀ ଘାସ ଚରିବାକୁ ନେଇ ଗୁଳିକାଣ୍ଡ; ପରସ୍ପରକୁ ଗୁଳି କରି ହତ୍ୟା କଲେ, ୫ ମୃତ ୨ ଆହତ

ରାଜ୍ୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏଥିସହ ପାନୀୟ ଜଳର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତ୍ୟେକ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) କୁ ୪୯୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ମରୁଡ଼ି ପ୍ରଭାବିତ ତାଲୁକ ପରିଚାଳନା ପାଇଁ କର୍ଣ୍ଣାଟକ ସରକାର ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି।

   Related Posts