ପ୍ରେମ ନିବେଦନ ଅସ୍ଵୀକାର ପରେ ନୃଶଂସ ହେଲା ପ୍ରେମିକ, ଯୁବତୀଙ୍କୁ ଛୁରୀରେ କଲା ଆକ୍ରମଣ

Published By : Prameya-News7 Bureau | April 19, 2024 IST

ମୁମ୍ଵାଇ ୧୯।୦୪: ପ୍ରେମ ହେଉଛି ଏମିତି ଏକ ଅନୁଭବ ଯାହା ଆପେ ଆପେ ହୋଇଯାଏ। ଯଦି ତୁମେ କାହାକୁ ଭଲ ପାଇବାକୁ ବାଧ୍ୟ କର, ତେବେ ସେ ଭଲ ପାଇବା ତ ଦୂରର କଥା.. ସେ ଅସହଜ ଅନୁଭବ କରିବାକୁ ଲାଗନ୍ତି । କିନ୍ତୁ ଏମିତି ଅନେକ ପାଗଳ ପ୍ରେମୀ ଅଛନ୍ତି । ଯେଉଁମାନେ ପ୍ରତିଶୋଧ ନେବାକୁ ଯେକୌଣସି ସ୍ତରକୁ ଯାଇପାରନ୍ତି । ଏପରି ଏକ ମାମଲା କର୍ଣ୍ଣାଟକର ହୁବଲିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ପାଗଳ ପ୍ରେମୀ ଏକତରଫା ପ୍ରେମ ପାଇଁ ଜଣେ ଏମସିଏ ଛାତ୍ରୀଙ୍କୁ ହତ୍ୟା କରିଛି।

ବିଦ୍ୟାନଗର କଲେଜ ପରିସରରେ ଏହି ଘଟଣା ଘଟିଥିଲା। ଯୁବତୀ ଜଣକ ଏମସିଏର ଛାତ୍ରୀ ଥିଲେ। କୁହାଯାଉଛି ଯେ ଅଭିଯୁକ୍ତ ନେହାଙ୍କୁ ବହୁତ ଥର ପ୍ରପୋଜ କରୁଥିଲା। ଯାହାକୁ ସେ ରିଜେକ୍ଟ କରିଥିଲେ। ଏଥିରେ ଫୟାଜ ରାଗିଯାଇଥିଲେ। କଲେଜ ପରିସର ଭିତରେ ପଶି ନେହାଙ୍କ ବେକର ଦୁଇ ପାର୍ଶ୍ଵରେ ଛୁରୀ ଭୁସି ଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ସେ ସେଠାରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତ ଛାତ୍ରୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତକୁ ଧରିଥିଲା। ବର୍ତ୍ତମାନ ପୋଲିସ ହେପାଜତରେ ରଖି ପଚରାଉଚରା କରୁଛି।  

ଏହି ଘଟଣାରେ ପୂର୍ବତନ ସିଏମ୍ ଦୁଃଖ ପ୍ରକାଶ କରିଛନ୍ତି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପାଙ୍କ ପୁଅ ବିଜେପି ନେତା ବିଜୟେନ୍ଦ୍ରପ୍ପା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ଏକ ଭୟଙ୍କର ଘଟଣାରେ କଂଗ୍ରେସ କାଉନସିଲରଙ୍କ ଝିଅକୁ ଫୟାଜ ହତ୍ୟା କରିଥିଲେ। ମହିଳାଙ୍କ ପ୍ରତି ଆକ୍ରମଣ ଏବଂ ହତ୍ୟା ଭଳି ଅପରାଧର ସଂଖ୍ୟା ବଢିବାରେ ଲାଗିଛି।ଏଥିପାଇଁ ମୁଁ ବହୁତ ଦୁଖିତ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.