ଗୋମୂତ୍ରରେ ବିଧାନସଭା ଶୁଦ୍ଧ କଲା କଂଗ୍ରେସ: କହିଲା- ଦୁର୍ନୀତିରେ ଅପବିତ୍ର ହୋଇଯାଇଥିଲା ଗୃହ

Published By : Prameya-News7 Bureau | May 22, 2023 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମେୟା। ଆଜି ଆଉ କଂଗ୍ରେସ ନେତାମାନେ ବିଧାନସଭାରେ ପ୍ରବେଶ କରିବା ପୂର୍ବରୁ ବିଧାନସଭାକୁ ଗୋମୂତ୍ରରେ ଶୁଦ୍ଧ କରିଛନ୍ତି।

ନିର୍ବାଚନ ଜିତିବା ପୂର୍ବରୁ ବିଧାନସଭା ଶୁଦ୍ଧ କଥା କହିଥିଲେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଗୌମୂତ୍ରରେ ବିଧାନସୌଧକୁ ଶୁଦ୍ଧ କରିବା ସମୟ ଆସିଯାଇଚି ବୋଲି ସେ କହିଥିଲେ। ଆଜି ବିଧାନସୌଦରେ ପ୍ରବେଶ ପୂର୍ବର ଦଳ ଗୋମୂତ୍ରରେ ଶୁଦ୍ଧ କରିଛି।

ଏନେଇ ଶିବକୁମାର କହିଛନ୍ତି “ ଆମ ବିଧାନସୌଧ ଶୁଦ୍ଧ କରିବାକୁ ଆମେ କିଛି ଉପକରଣ ସହ ଆସିଛୁ। ମୋ ପାଖରେ ଗଙ୍ଗାଜଳ(ଗୋମୂତ୍ର) ବି ଅଛି।” ବିଜେପି ଶାସନ ସମୟରେ ଦୁର୍ନୀତିରେ ବିଧାନସୌଧ ପ୍ରଦୂଷିତ ହୋଇଯାଇଥିଲେ ବୋଲି ଡି.କେ ଶିବକୁମାର କହିଛନ୍ତି।

ନିର୍ବାଚନ ପୂର୍ବରୁ ମେ ୫ ତାରିଖରେ  ବିଜେପି ଦୁର୍ନୀତି ରିପୋର୍ଟ କାର୍ଡ ଜାରି କରିଥିଲେ କଂଗ୍ରେସ। ଉଭୟ ଇଂରାଜୀ ଓ କନ୍ନଡ଼  ଭାଷରେ ରିଲିଜ୍ ହୋଇଥିବା ଦୁର୍ନୀତି କାର୍ଡ଼ରେ ବିଜେପି ରାଜ୍ୟରେ ୧,୫୦,୦୦୦ କୋଟି ଟଙ୍କାର ଦୁର୍ନୀତି କରିଥିଲା ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା।

{"width":838,"height":471}

ବିଜେପିର ଡବଲ ଇଞ୍ଜିନ ସରକାରକୁ କଂଗ୍ରେସ ଟ୍ରବଲ ଇଞ୍ଜିନ ବୋଲି କହିଥିଲା।  ଦୁର୍ନୀତି ରେଟ୍ କାର୍ଡରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨୫୦୦ କୋଟି ମନ୍ତ୍ରୀ ପଦ ପାଇଁ ୫୦୦ କୋଟି ବିଜେପି ନେଉଛି ବୋଲି କଂଗ୍ରେସ ଦାବି କରିଥିଲା।

କେବଳ ସେତିକି ନୁହେଁ ବିଜେପିକୁ କମିଶନ ସରକାର ବୋଲି ଦାବି କରି କଂଗ୍ରେସ ଅଭିଯୋଗ କରି କହିଥିଲା ଯେ ବିଜେପି ଅଲଗା ଅଲଗା କାମ ପାଇଁ ଅଲଗା କମିଶନ ଦାବି କରେ।  ମଠ ପାଇଁ ୩୦ ପ୍ରତିଶତ, ରାସ୍ତା କଣ୍ଟ୍ରାକ୍ଟ୍ରି ପାଇଁ ୪୦ ପ୍ରତିଶତ ଓ କୋଭିଡ-୧୯ ସପ୍ଲାଏରେ ୭୫ ପ୍ରତିଶତ ବୋଲି କଂଗ୍ରେସ ଦାବି କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.