କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ କୋଭିଡ, ଦିଲ୍ଲୀ ଗସ୍ତ ବାତିଲ

Published By : Prameya-News7 Bureau | August 06, 2022 IST

ବେଙ୍ଗାଲୁରୁ ୬।୮: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି, ଏଣୁ ତାଙ୍କର ଦିଲ୍ଲୀ ଗସ୍ତ ବାତିଲ  ହୋଇଛି। ସେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଆଜାଦିକା ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ଯୋଗ ଦେଇଥାନ୍ତେ। ଏହା ଛଡା ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ସପ୍ତମ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତେ। ବୋମାଇ ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥାଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ବୋମାଇ କରୋନା ପଜିଟିଭ ହୋଇଥିବା ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ଏ ନେଇ ଶନିବାର ପୋଷ୍ଟ କରିଥିବା ଟ୍ୱିଟ୍‌ରେ ମୁଁ କରୋନା ସଂକ୍ରମିତ ହୋଇଥିବା ଓ ଶରୀରରେ ହାଲୁକା ଲକ୍ଷଣ ଥିବା ସୂଚିତ କରିଛନ୍ତି। ନିଜ ଘରେ ନିଜକୁ ମୁଁ ଆଇସୋଲେସନ କରିଛି। ତେବେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ନିଜକୁ ନିଜେ ଆଇସୋଲେଟ କରିବା ସହ କୋଭିଡ ପରୀକ୍ଷଣ କରାଇ ନିଅନ୍ତୁ ବୋଲି କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଜାନୁୟାରୀ ୨୦୨୨ରେ ତାଙ୍କୁ କୋରନା ହୋଇଥିଲା।

wp:html /wp:html

ତେବେ କେବଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନୁହନ୍ତି ଗତ ଦିନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ୧୨ ଜୁଲାଇରେ ତାଙ୍କ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଜୁନ ମାସରେ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଗତ ଜୁଲାଇରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ କୋଭିଡ ଚିହ୍ନଟ ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.