LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକରେ ହେବ ରାମ ମନ୍ଦିର, ଚାଷୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା: ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ

17/02/2023 at 3:31 PM

ନୂଆଦିଲ୍ଳୀ, ୧୭/୦୨: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଶୁକ୍ରବାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବଜେଟ୍‌ ଉପସ୍ଥାପନ କରିବା ସହ ସେ ଏହି ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ଅନେକ ଆକର୍ଷଣୀୟ ଘୋଷଣା କରିଛନ୍ତି। ବେମ୍ମାଇ ବଜେଟ୍‌ରେ ଚାଷୀଙ୍କୁ ଦିଆଯାଉଥିବା ସୁଧ ମୁକ୍ତ ଜରୁରୀକାଳୀନ ଋଣର ସୀମା ତିନି ଲକ୍ଷ ଟଙ୍କାରୁ ବଢ଼ାଇ ପାଞ୍ଚ ଲକ୍ଷ କରିବା ଘୋଷଣା କରିଛନ୍ତି। ଏହି ବୃଦ୍ଧି ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ ହେବ। ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଏପ୍ରିଲ-ମେ ରେ ହେବା ନେଇ ଅନୁମାନ କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୩୦ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯିବ। କିଶାନ କ୍ରେଡିଟ୍‌ କାର୍ଡ ଧାରୀଙ୍କୁ ନୂଆ ‘ଭୂ ଶ୍ରୀ’ ଯୋଜନାରେ ୨୦୨୩-୨୪ ରେ ୧୦ ହଜାର ଟଙ୍କାର ଅତିରିକ୍ତ ସବସିଡି ଦେବାପାଇଁ ନିଷ୍ପତ୍ତି କରାଯାଇଛି। ଏହାଦ୍ବାରା ଆବଶ୍ୟକ ସମୟରେ ଚାଷୀଙ୍କୁ କୃଷି ସାମଗ୍ରୀ କିଣିବାର ସୁବିଧା ହେବ। ରାଜ୍ୟ ସରକାର ୨୫୦୦ କୋଟି ଟଙ୍କା ଏବଂ ନାବାର୍ଡ ୭,୫୦୦ କୋଟି ଟଙ୍କା ଟଙ୍କା ଦେବ। ଏହାଦ୍ବାରା ରାଜ୍ୟର ପ୍ରାୟ ୫୦ ଲକ୍ଷ ଚାଷୀ ଲାଭାନ୍ବିତ ହେବେ।

ମୁଖ୍ୟମନ୍ତ୍ରୀ ବଜେଟ୍‌ରେ ‘ଶ୍ରମ ଶକ୍ତି’ ଯୋଜନାର ମଧ୍ୟ ଘୋଷଣା କରିଛନ୍ତି। ଏଥିରେ ଭୂମିହୀନ ମହିଳା, କୃଷି ଶ୍ରମିକଙ୍କୁ ଡିବିଟି ଜରିଆରେ ପ୍ରତି ମାସରେ ୫୦୦ ଟଙ୍କା ପ୍ରତି ବ୍ୟକ୍ତି ପିଛା ଆର୍ଥିକ ସହାୟତା ଦିଆଯିବ। ବୋମ୍ମାଇ କହିଛନ୍ତି ଏହି ଆର୍ଥିକ ବର୍ଷରେ ରାଜସ୍ବ ୪୦୨ କୋଟିରୁ ଅଧିକ ହେବା ନେଇ ଆଶା ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ରାମନଗର ଜିଲ୍ଲାର ରାମଦେବରା ବେଟ୍ଟାରେ ଭଗବାନ ରାମଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଦ୍ୟା ଶକ୍ତି ଯୋଜନା ଅନୁଯାୟୀ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଡିଗ୍ରୀ କଲେଜ୍‌ରେ ମାଗଣା ଶିକ୍ଷାଦାନ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହାଦ୍ବାରା ରାଜ୍ୟର ୮ ଲକ୍ଷ ବିଦ୍ୟାର୍ଥୀଙ୍କୁ ଲାଭ ହେବ। ସରକାର ଡାଟା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୫୯୦ କୋଟି ଟଙ୍କା ବ୍ୟୟରେ କ୍ଲାଉଡ୍‌ ଡାଟା କେନ୍ଦ୍ର ସ୍ଥାପିତ କରିବା ପ୍ରସ୍ତାବ ଦେଇଛନ୍ତି।

   Related Posts