Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

6/06/2018 at 6:46 AM

ଆଜି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳ ଅପରାହ୍ଣ ୨ଟାରେ ସମ୍ପ୍ରସାରଣ ହେବ । ଏହି ଅବସରରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ନୂଆଦିଲ୍ଲୀଠାରେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ମା’ ସୋନିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ରାହୁଲ ଆମେରିକାରୁ ଫେରିବା ପରେ ଏହି ସାକ୍ଷାତ ଆଲୋଚନା ହୋଇଛି । ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ୱାରା ପ୍ରସ୍ତୁତ ଦଳୀୟ ମନ୍ତ୍ରୀ ତାଲିକା ରାହୁଲଙ୍କ ପାଇଁ ଅଟକି ଥିବାବେଳେ ଏହାକୁ ସେ ଅନୁମୋଦନ ଦେଇଛନ୍ତି । ଏଥିସହିତ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ରାହୁଲ ଆଲୋଚନା କରିବା ଓ ଏହାକୁ ଅନୁମୋଦନ କରିବା ବେଶ୍ ଗୁରୁତ୍ୱ ବହନ କରୁଛି । ରାହୁଲ ସରକାରର ସ୍ଥାୟିତ୍ୱ ଓ ସୁପରିଚାଳନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏହାଛଡ଼ା ସେ ଗତ ନିର୍ବାଚନର ସମୀକ୍ଷା ମଧ୍ୟ କରିଛନ୍ତି । ସୂଚନାନୁଯାୟୀ, କଂଗ୍ରେସ ଭାଗରେ ପଡ଼ିଥିବା ୨୨ ମନ୍ତ୍ରୀଙ୍କ ମଧ୍ୟରୁ ୧୫ଜଣ କ୍ୟାବିନେଟ୍ ପାହ୍ୟା ପାଇବେ।

Leave a Reply

   Related Posts