scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ବିପିଏଲ ପରିବାରଙ୍କୁ ମାଗଣା ଚାଉଳ ବଦଳେ ଏଣିକି ମିଳିବ ପଇସା, ଜାଣନ୍ତୁ କେବେଠୁ?

28/06/2023 at 5:31 PM

ବେଙ୍ଗାଲୁରୁ ୨୮।୬: ବିପିଏଲ ପରିବାରଙ୍କୁ ନିଶୁଳ୍କ ଚାଉଳ ବଦଳେ ପଇସା ଦେବାର ଘୋଷଣାକୁ ନେଇ କର୍ଣ୍ଣାଟକ ଏବେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ଚାଉଳ ଅଭାବ ଯୋଗୁ ହିତାଧିକାରୀଙ୍କୁ ପଇସା ଦେଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। କର୍ଣ୍ଣାଟକରେ ପ୍ରତି ବିପିଏଲ କାର୍ଡ ପିଛା ୫ କେଜି ଚାଉଳ ଯୋଗାଇ ଦିଆଯାଉଛି। ତେବେ ସରକାର ଚଳିତମାସରୁ ହିତାଧିକାରୀଙ୍କୁ ଚାଉଳ ବଦଳେ ପଇସା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  କାରଣ ସରକାର ଅତିରିକ୍ତ ଚାଉଳ କିଣିବାକୁ ଅସମର୍ଥ ବୋଲି କହିଛନ୍ତି। 

ଏନସିପିର କାର୍ଯ୍ୟକାରୀ ବୈଠକରେ ପୋଷ୍ଟରରୁ ଗାଏବ ଅଜିତ୍ ପାଓ୍ଵାର, ନେତା କହିଲେ…

ରାଜ୍ୟ ଆଇନ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଏଚ.କେ. ପାଟିଲ ଏହା ଏକ ବିକଳ୍ପ ନିଷ୍ପତ୍ତି ବୋଲି କହିଛନ୍ତି। ଏଣୁ ପ୍ରତି ବ୍ୟକ୍ତି କେଜି ପିଛା ୩୪ ଟଙ୍କା ହିସାବରେ ୧ ଜୁଲାଇରୁ ଟଙ୍କା ଜମା କରିଦିଆଯିବ ବୋଲି ପାଟିଲ କହିଛନ୍ତି। ଭବିଷ୍ୟତରେ ଚାଉଳ କ୍ରୟ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଚାଉଳ ବଦଳେ ଅର୍ଥ ଦେଇ ଦିଆଯିବବୋଲି ସେ କହିଛନ୍ତି। ଅର୍ଥାତ ସିଦ୍ଦା ରମୈୟା ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ପ୍ରତି ହିତାଧିକାରୀଙ୍କୁ ମାସିକ ୧୭୦ ଟଙ୍କା ହିସାବରେ ପଇସା ଦେଇ ଦିଆଯିବ।

ଯଦି କୌଣସି ପରିବାରରେ ସଦସ୍ୟଙ୍କ ସଂଖ୍ୟା ୪ ହୋଇଥାଏ ୧୭୦ ଟଙ୍କା ହିସାବରେ ପରିବାରକୁ ମାସିକ ଚାଉଳ ବାବଦେ ୬୮୦ ଟଙ୍କା ମିଳିବ। ନିଶୁଳ୍କ ଚାଉଳ ବିତରଣରେ ସମସ୍ୟା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଖାଦ୍ୟ ସୁରକ୍ଷା ଯୋଜନା ଚାଉଳକୁ ନେଇ ରାଜନୀତି ଜୋରଧରିଛି । ମୁଖ୍ୟମନ୍ତ୍ରୀ ସିଦ୍ଦ ରମୈୟା ସରକାର ‘ଅନ୍ନ ଭାଗ୍ୟ’ ଯୋଜନାରେ ପ୍ରତି ବିପିଏଲ ପରିବାରକୁ ସଦସ୍ୟ ପିଛା ପ୍ରତି ମାସରେ ୧୦ କେଜି ଚାଉଳ ଯୋଗାଇ ଦେବାକୁ ଆଗ୍ରହୀ ବୋଲି କହିଛନ୍ତି। ତେବେ କଂଗ୍ରେସର ନିର୍ବାଚନ ଗ୍ୟାରେଣ୍ଟି ପୂରଣ ଦିଗରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବାଧକ ସାଜିଥିବା ସରକାର ଅଭିଯୋଗ କରୁଛନ୍ତି।

ୟୁନିଫର୍ମ ସିଭିଲ କୋଡ଼କୁ ଆପ୍‌ର ସମର୍ଥନ, ୟୁସିସି ବ୍ୟବସ୍ଥା ଦେଶ ପାଇଁ ଦରକାର ବୋଲି କହିଲା ଦଳ

ଏଥିଲାଗି କର୍ଣ୍ଣାଟକ ସରକାର କେନ୍ଦ୍ରକୁ ମାଗଣା ଚାଉଳ ମାଗୁ ନାହାନ୍ତି, ଏଥି ପାଇଁ ପଇସା ଦେବେ, ହେଲେବି କେନ୍ଦ୍ର ଏଥିରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁନଥିବା ରାଜ୍ୟ ଅଭିଯୋଗ କରୁଛି। ଏହାର ଜବାବରେ ପ୍ରତିଶ୍ରୁତି ପୂରଣରେ ବିଫଳ ସରକାର ବାହାନା କରୁଥିବା ରାଜ୍ୟ ବିଜେପି କହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ୟଦିୟୁରପ୍ପା କେନ୍ଦ୍ର ସରକାର ୫ କେଜି ନିଶୁଳ୍କ ଚାଉଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ତେବେ କଂଗ୍ରେସ ୧୦ କେଜି ଚାଉଳ ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଏଥିରୁ ୧ ଗ୍ରାମ କମ୍‌ ମଧ୍ୟ ମଞ୍ଜୁର ନୁହେଁ ବୋଲି କହିଛନ୍ତି।

ରିପୋର୍ଟ ଅନୁସାରେ କର୍ଣ୍ଣାଟକ କଂଗ୍ରେସ ଶାସିତ ଛତିଶଗଡରୁ ଚାଉଳ କିଣିବାକୁ ଯୋଜନା କରିଥିଲେ। ହେଲେ ରାଜ୍ୟ ସରକାର ଯେତିକି ଚାଉଳ ଆବଶ୍ୟକ କରୁଛନ୍ତି ଛତିଶଗଡ଼ ତାହା ପୂରଣ କରିପାରିବ ନାହିଁ। ଅନ୍ୟପକ୍ଷରେ ଛତିଶଗଡ଼ରେ ଚାଉଳ ଦର ମଧ୍ୟ ଅଧିକ। ଏଣୁ ଛତିଶଗଡ ଠାରୁ ଚାଉଳ କିଣିବା ଲାଗି କର୍ଣ୍ଣାଟକ ସରକାରଙ୍କ ଯୋଜନା ବିଫଳ ହୋଇଛି।       

   Related Posts