suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପି ନେତା ଚିଞ୍ଚାନସୁର ବିଧାନ ପରିଷଦରୁ ଦେଲେ ଇସ୍ତଫା, ଧରିବେ କଂଗ୍ରେସର ହାତ !

21/03/2023 at 11:18 PM

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ଗୋଟିଏ ଦଳ ଛାଡ ଅନ୍ୟ ଦଳରେ ଯୋଗ ଦେବା ଆରମ୍ଭ କରିଛନ୍ତି । ଏହାରି ଭିତରେ ବିଜେପି ନେତା ବାବୁରାଓ ଚିଞ୍ଚାନସୁର କର୍ଣ୍ଣାଟକ ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା ପରେ ସେ ଏବେ କଂଗ୍ରେସର ସାମିଲ ହୋଇପାରନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ ବାବୁରାଓ ଚିଞ୍ଚାନସୁର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ହରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏବେ ସେ କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ ଅଛନ୍ତି । ଚିଞ୍ଚାନସୁର କଲ୍ୟାଣ କର୍ଣ୍ଣାଟକ କ୍ଷେତ୍ରର କୋଲି-କବାଲିଗା ସମୁଦାୟର ପ୍ରମୁଖ ନେତାଙ୍କ ମଧ୍ୟରେ ଜଣେ ଅଟନ୍ତି ।

ଚିଞ୍ଚାନସୁର ୨୦୦୮ରୁ ୨୦୧୮ ଯାଏ କାଲାବୁରଗି ଜିଲ୍ଲାର ଗୁରମିତ୍କାଳ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଥିଲେ । ଏହା ପୂର୍ବରୁ ସେ ସିଦ୍ଧରମୈୟା ସରକାରରେ ସେ ମନ୍ତ୍ରୀ ଥିଲେ । ୨୦୧୮ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ।

   Related Posts