ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକ ବିରୁପାକ୍ଷପ୍ପା

Published By : Prameya-News7 Bureau | March 27, 2023 IST

ବେଙ୍ଗାଲୁରୁ: ଲାଞ୍ଚ ନେବା ମାମଲାରେ ଗିରଫ ହେଲେ କର୍ଣ୍ଣାଟକ ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା। ନିକଟରେ ତାଙ୍କ ପୁଅ ପ୍ରଶାନ୍ତ ମଦଲ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ହାତରେ ପ୍ରମାଣ ସହ ଧରାପଡ଼ିଥିଲେ। ଏହାପରେ ବିରୁପକ୍ଷାପାଙ୍କ ଘରୁ ଓ ଅଫିସ୍‌ରୁ ମଧ୍ୟ ୭ କୋଟି ଟଙ୍କା ଜବତ ହୋଇଥିଲା

ବିରୁପାକ୍ଷପା କର୍ଣ୍ଣାଟକ ସୋପ୍ ଆଣ୍ଡ୍ ଡିଟର୍ଜେଣ୍ଟ ଲିମିଟିଡେ୍‌(KSDL)ର ଚେୟାରମ୍ୟାନ୍ ଥିଲେ। ହେଲେ ଲାଞ୍ଚ ନେବା ଅଭିଯୋଗ ଲାଗିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୨ ତାରିଖରେ ଏହି ମାମଲା ହୋଇଥିବା ବେଳେ ପୁଲିସ ଆଜି ବିଧାୟକଙ୍କୁ ଗିରଫ କରୁଛି।

ଏହା ପୂର୍ବରୁ ବିରୁପାକ୍ଷପ୍ପା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଖାରଜ୍ କରିଦେବା ପରେ ଲୋକାୟୁକ୍ତ ପୁଲିସ ବିଧାୟକଙ୍କୁ ଗିରଫ କରିଛି। ବିରୁପାକ୍ଷପ୍ପା ଦେବନଗେରି ଜିଲ୍ଲାର ଚନ୍ନାଗିରି ନିର୍ବାଚନ ମଣ୍ଡଳୀର ବିଧାୟକ। ସେ ଟୁମକୁର କ୍ୟାସନ୍ଦ୍ର ଟୋଲ୍‌ ପାଖରେ ଥିବା ବେଳେ ତାଙ୍କୁ ଲୋକାୟୁକ୍ତ ପୁଲିସ ଗିରଫ କରି ବେଙ୍ଗାଲୁରୁ ନେଉଛି।

ଲୋକାୟୁକ୍ତର ସୂଚନା ଅନୁସାରେ, ବିଲ୍ ପାସ୍ କରିବାକୁ ବିରୁପାକ୍ଷପ୍ପାଙ୍କ ପୁଅ ୮୧ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ। ସେଥିରୁ ୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ତାଙ୍କୁ ହାତହାତି ଗିରଫ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.