ପିଏଫ୍‌ଆଇ ଭଳି ଚରମପନ୍ଥୀ ସଂଗଠନକୁ ସହଯୋଗ କରୁଥିବା କଂଗ୍ରେସକୁ ଦେଶରେ ବ୍ୟାନ୍ କରାଯାଉ: ଏପରି କହିଲେ କର୍ଣ୍ଣାଟକ ବିଜେପି ମୁଖ୍ୟ

Published By : Prameya-News7 Bureau | September 30, 2022 IST

ବେଙ୍ଗାଲୁରୁ: ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ନେଇ ଭାରତରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI)କୁ ୫ ବର୍ଷ ଯାଏ ବ୍ୟାନ୍ କରାଯାଇଛି। କଂଗ୍ରେସକୁ ମଧ୍ୟ ଦେଶରେ ବ୍ୟାନ୍ କରାଯାଉ ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ନଳୀନ କୁମାର କାତୀଲ।

କଂଗ୍ରେସ ଏହିଭଳି ଅତାଙ୍କବାଦୀ ସଂଗଠନମାନଙ୍କୁ ସହଯୋଗ କରୁଛି ତେଣୁ ତାଙ୍କ ବ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି “ ଆମ ଦେଶରେ କଂଗ୍ରେସକୁ ବ୍ୟାନ୍ କରିଦେବା ଦରକାର। ପିଏଫ୍‌ଆଇ, ସୋସିଆଲ୍‌ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ(SDPI) ଏବଂ କର୍ଣ୍ଣାଟକ ଫୋରୋମ ଡିଗନିଟି(କେଏଫ୍‌ଡି) ଭଳି ଚରମପନ୍ଥୀ ସଂଗଠନ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଆଉ ଏଗୁଡ଼ିକୁ ଶକ୍ତିଶାଳି କରିବାକୁ ସହଯୋଗ କରୁଛି କଂଗ୍ରେସ୍।

ସେ ଆହୁରି ମଧ୍ୟ କହିଛନ୍ତି “ ମହାତ୍ମା ଗାନ୍ଧୀ ଜାଣିଥିଲେ ଯେ ସ୍ୱାଧିନତା ପରେ ଯଦି କଂଗ୍ରେସ ସରକାର ଚଳାଏ ତେବେ ଏହା ଦେଶ ଓ ନିଜକୁ ନଷ୍ଟ କରିଦେବ। ଏଥିପାଇଁ ସ୍ୱାଧିନତା ପରେ ଦଳକୁ ନଷ୍ଟ କରିଦେବା ପାଇଁ ଗାନ୍ଧୀ ପରମର୍ଶ ଦେଇଥିଲେ। ” ଦେଶର ବିଭିନ୍ନ ସ୍ଥାନରେ ପିଏଫ୍‌ଆଇ ନେତା ଓ ଅଫିସରେ ଚଢାଉ କରାଯାଇ କିଛି କର୍ମଚାରୀଙ୍କୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣରେ ସମ୍ପୃକ୍ତି ନେଇ ଜଣାପଡ଼ିବା ପରେ ଦେଶରେ ୫ ବର୍ଷ ପାଇଁ ପିଏଫ୍‌ଆଇକୁ ବ୍ୟାନ୍ କରାଯାଇଛି।  

କେବଳ ସେତିକି ନୁହେଁ, ପିଏଫ୍‌ଆଇ ସହିତ ସହଯୋଗୀ ସଂଗଠନ ରିହାବ ଇଣ୍ଡିଆ ଫାଉଣ୍ଡେସନ୍(RIH), କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ (CFI), ଅଲ୍‌ ଇଣ୍ଡିଆ ଇମାମ କାଉନସିଲ((AIIC), ନ୍ୟାସ୍‌ନାଲ କନଫେଡେରେସନ୍ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାଇନାଇଜେସନ(NCHRO), ନ୍ୟାସ୍‌ନାଲ ଓମେନ୍ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏମ୍ପାୱାର ଇଣ୍ଡିଆ ପାଉଣ୍ଡେସନ୍ ଆଣ୍ଡ ରିହାବ ଫାଉଣ୍ଡେସନ୍ କେରଳକୁ ମଧ୍ୟ ବ୍ୟାନ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.