Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଚିନ୍ତା ବଢାଉଛି H3N2  ଇନଫ୍ଲ୍ୟୁଏଞ୍ଜା, ନେଲାଣି ୨ ଜୀବନ..

10/03/2023 at 1:56 PM

ନୂଆଦିଲ୍ଲୀ ୧୦।୦୩ ; ଦେଶରେ ଲଗାତର ବଢିବାରେ ଲାଗିଲାଣି H3N2  ଇନଫ୍ଲ୍ୟୁଏଞ୍ଜା । ସବୁଠାରୁ ଅଧିକ ଚିନ୍ତାର ବିଷୟ ଏହା ଯେ ଏହି ଭୂତାଣୁରେ ଗଲାଣି ୨ ଜୀବନ । ପ୍ରଥମ ବ୍ୟକ୍ତିଙ୍କର ହରିଆଣାରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି । ସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ସାରା  ଦେଶରେ ବର୍ତ୍ତମାନ H3N2  ଇନଫ୍ଲ୍ୟୁଏଞ୍ଜାର ୯୦ଟି ମାମଲା ସାମ୍ନାକୁ ଆସିଛି । ସେହିପରି H1N1ର ୮ଟି ମାମଲା ସାମ୍ନାକୁ ଆସିଛି ।

ସାରା ଦେଶରେ ଇନଫ୍ଲ୍ୟୁଏଞ୍ଜାର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଅଧିକ ମାମଲା ଏଚ୩ଏନ୨ର ଥିବା ଦେଖିବାକୁ ମିଳିଛି । ଏହି ଭୂତାଣୁ ହଂକଂ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ । ସାଧାରଣ ଭାବେ ଇନଫ୍ଲ୍ୟୁଏଞ୍ଜାରେ କାଶ, ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହା ଛଡା ଡାଇରିଆର ମଧ୍ୟ ଶିକାର ହୋଇଥାଏ ରୋଗୀ ।

ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଛି । H3N2  ଏବଂ କୋଭିଡକୁ ନଜରରେ ରଖି କର୍ଣ୍ଣାଟକ ସରକାର ସପ୍ତାହର ପ୍ରଥମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଦିବାକୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ, ଶିଶୁ, ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ଏଥିରୁ ସତର୍କ ରହିବାକୁ କୁହାଯାଇଛି ।

   Related Posts