ମାଙ୍ଗାଲୁରୁ ଅଟୋରିକ୍ସା ବ୍ଲାଷ୍ଟ୍ ଘଟଣା; ବିସ୍ଫୋରଣକାରୀକୁ ଚିହ୍ନଟ କଲା ପୋଲିସ, ଆଇଏସଆଇ ଲିଙ୍କ୍‌ରେ ଥିଲା ଅଭିଯୁକ୍ତ ମହମ୍ମଦ ସରିକ୍

Published By : Prameya-News7 Bureau | November 21, 2022 IST

ବେଙ୍ଗାଳୁରୁ: ମାଙ୍ଗାଲୁରୁ ବ୍ଲାଷ୍ଟ୍ ଘଟଣାର ପର୍ଦ୍ଦାଫଶ କରିଛି ପୋଲିସ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍ ଓ ପ୍ରେସର କୁକର ମିଳିବା ପରେ ବିସ୍ଫୋରଣରେ ଆତଙ୍କବାଦୀଙ୍କ ଲିଙ୍କ୍ ଥିବା କହିଛି ପୋଲିସ୍ । ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମାଧ୍ୟମରେ ଚଳନ୍ତା ଅଟୋରିକ୍ସାରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି ।    

ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଡ୍ରାଇଭର ସମେତ ଯାତ୍ରୀ ବି ଆହତ ହୋଇଥିଲେ । ଘଟଣାରେ ଫୋରେନ୍ସିକ ସାଇନ୍ସ ଲାବ ଟିମ୍ ତଦନ୍ତ କରଥିଲା । ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍ ଥିବା କର୍ଣ୍ଣାଟକ ଡିଜିପି ସ୍ପଷ୍ଟ କରିଥିଲେ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍, ପ୍ରେସର କୁକର ଓ ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମିଳିବା ପରେ ବିସ୍ଫୋରଣରେ ସମ୍ପୃକ୍ତି ଥିବା ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ । ତୀର୍ଥହଲ୍ଲୀ ଅଞ୍ଚଳରେ ରହୁଥିବା ୨୪ବର୍ଷିୟ ମହମ୍ମଦ ସରିକ୍ ବ୍ଲାଷ୍ଟ୍ ଯୋଜନା କରିଥିଲା । ମହମ୍ମଦ ସରିକ୍ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଲିଙ୍କ୍ ରେ ଥିବା ପୋଲିସ ସ୍ପଷ୍ଟ କରିଛି ।

ପୋଲିସ ଅଧିକାରୀଙ୍କ କହିବା ଆନୁଯାୟୀ, ଅଟୋରିକ୍ସା ବ୍ଲାଷ୍ଟରେ ଆଇଇଡି ବ୍ୟବହାର କରାଯାଇଛି । ହେଲେ ଏଥିରେ ଆମୋନିଆ ନାଇଟ୍ରେଟ୍ ବ୍ୟବହାର ହୋଇଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଫରେନ୍ସିକ୍ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ । ଏହି ଘଟଣାରେ କେବଳ ମହମ୍ମଦ ସରିକ୍ ଙ୍କୁ ଛାଡ଼ି ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ତଦନ୍ତ କରୁଛି । ବ୍ଲାଷ୍ଟର ଏନଆଇଏ ତଦନ୍ତ ହେବ ବୋଲି ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.