Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

SCBରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ, ‘ଓଡିଶାକୁ ସବୁ ପ୍ରକାର ସହାୟତା ପାଇଁ ଦେଲେ ପ୍ରତିଶୃତି’

4/06/2023 at 3:01 PM

କଟକ ୦୪।୦୬ : ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି । କଟକ ବଡ଼ ଡାକ୍ତରଖାନାରେ କର୍ଣ୍ଣାଟକ ମନ୍ତ୍ରୀ ସନ୍ତୋଷ ଏସ୍‌ ଲାଡ୍‌ । ବଡ଼ ମେଡିକାଲରେ ଚିକିତ୍ସାଧିନ ଆହତମାନଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ  ।

ଖବର ଅନୁଯାୟୀ, ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଆହତମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହିକ୍ରମରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ । ଏହି ଅବସର ସେ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ଏଠାରେ ଭଲରେ ଚାଲିଛି । ରାଜ୍ୟ ସରକାର ଏଭଳି ଏକ ବଡ଼ ଦୁର୍ଘଟଣାର ସଫଳ ମୁକାବିଲା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ।

ସେହିପରି ଦୁର୍ଘଟଣା ଦିନ ସ୍ଥାନୀୟ ଲୋକଙ୍କ ସହଯୋଗ, ସ୍ୱେଚ୍ଛାସେବୀ ଓ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କର୍ଣ୍ଣାଟକ ମନ୍ତ୍ରୀ । ଏଭଳି କଠିନ ସମୟରେ ଓଡିଶା ସରକାରଙ୍କୁ କର୍ଣ୍ଣାଟକ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ  ଏସ୍‌ , ଲାଡ୍‌ କହିଛନ୍ତି ।

   Related Posts