ପିଏଫଆଇକୁ ଝଟକା, ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

Published By : Prameya-News7 Bureau | December 01, 2022 IST

ବେଙ୍ଗାଳୁରୁ: ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆଦବେନ ଖାରଜ । କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଦାୟର ହୋଇଥିଲା ଆବେଦନକୁ ଖାରଜ କରିଛନ୍ତି । ପିଏଫଆଇ ସଦସ୍ୟ ନାସିର ପାସାଙ୍କ ଦ୍ବାରା ଉଚ୍ଚ ଅଦାଲତରେ ଦାୟର ହୋଇଥିଲା ଯାଚିକା। ଜଷ୍ଟିସ୍ ଏମ୍ ନଗପ୍ରସନ୍ନା ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ସଦସ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ ପରେ କେନ୍ଦ୍ର ସରକାର  ତତ୍କାଳ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ପିଏଫଆଇ ସଦସ୍ୟ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କେନ୍ଦ୍ର ସରକାର ପିଏଫଆଇ ଉପରେ ତତ୍କାଳ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏଥିରେ ପିଏଫଆଇକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ। ଆତଙ୍କବାଦକୁ ଯୋଡି ମିଛରେ ପାର୍ଟି ଉପରେ ଦୋଷ ଲଦାଯାଉଛି ବୋଲି କହିଥିଲେ ।

ୟୁଏପିଏ ଧାରା-୩ ଆଧାରରେ ପିଏଫଆଇକୁ ଅବୈଧ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨୮ରେ ୫ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ପିଏଫଆଇ ଦେଶ ବିରୋଧୀ କାର୍ଯ୍ୟ ସମ୍ପୃକ୍ତ ରହିଛି। ଦେଶ ଭିତରେ ହିଂସା ସୃଷ୍ଟି କରୁଛି । ପିଏଫଆଇର ସଦସ୍ୟ ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଛନ୍ତି । ତେଣୁ ଏହା ଉପରେ ତତ୍କାଳ ପ୍ରତିବନ୍ଧକ କେନ୍ଦ୍ର ସରକାର ଲଗାଇଛି ବୋଲି ତୁଷାର ମେହେଟା କହିଥିଲେ  । ଏହାର ଶୁଣାଣି କରି ଦାୟର ଯାଚିକାକୁ ଖାରଜ କରିଛନ୍ତି କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.