ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବନ୍ଦ ହେବନି କଂଗ୍ରେସର ଟ୍ବିଟର ଆକାଉଣ୍ଟ, ତଳ କୋର୍ଟର ରାୟକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

8/11/2022 at 9:03 PM

ବେଙ୍ଗାଳୁରୁ: କଂଗ୍ରେସର ଟ୍ବିଟର ଆକାଉଣ୍ଟକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ବେଙ୍ଗାଳୁରୁର ବିଶେଷ କୋର୍ଟ ଦେଇଥିବା ଆକାଉଣ୍ଟ ବ୍ଲକ୍ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଉଚ୍ଚ ଅଦାଲତ । ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ, ହିନ୍ଦୀ ଫିଲ୍ମ KGF-2ର ସଙ୍ଗୀତକୁ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କୋର୍ଟରେ ମାମଲା ମଧ୍ୟ ଦାୟର ହୋଇଥିଲା । ଏହାର ଶୁଣାଣି କରି ସୋମବାର ବିଶେଷ ଅଦାଲତ କଂଗ୍ରେସର ଟ୍ବିଟର ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଥିଲେ । ଯାହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

ବେଙ୍ଗାଳୁରୁରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ଉପରେ କପି ରାଇଟ୍ ମାମଲା ଦାୟର ହୋଇଥିଲା । ଅଭିଯୋଗ ଅନୁଯାୟୀ, ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରାର ପ୍ରଚାର ପାଇଁ କିଛି ଭିଡିଓ ପ୍ରସ୍ତୁତ କରିଥିଲେ । ଏଥିରେ ଦକ୍ଷିଣ ସୁପରଷ୍ଟାର ୟଶଙ୍କ KGF-2 ଫିଲ୍ମର ଗୀତକୁ ବିନା ଅନୁମତିରେ ବ୍ୟବହାର କରିଥିଲେ । ଆଉ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଯାହାକୁ ନେଇ ଆପତ୍ତି ଉଠାଇଥିଲା KGF-2ରେ ସଙ୍ଗୀତ ଦେଇଥିବା ଏମଆରଟି ମ୍ୟୁଜିକ୍ । କଂଗ୍ରେସ କପି ରାଇଟ୍ ନିୟମ ଉଲ୍ଲଙ୍ଘନ କରିଥିବା କମ୍ପାନୀ କହିବା ସହିତ ୟଶବନ୍ତପୁର ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫଆଇଆର ଦାୟର କରିଥିଲେ।

ସୋମବାର ବେଙ୍ଗାଳୁର ବିଶେଷ କୋର୍ଟ ଏହି ମାମଲାର ଶୁଣାଣି କରି କଂଗ୍ରେସର ଓ୍ବେବସାଇଟ୍ ଓ ଟ୍ବିଟର ଆକାଉଣ୍ଟକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ତଳ କୋର୍ଟର ଏହି ଆଦେଶକୁ ଉଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ । ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି କରିଛନ୍ତି । ଏହା ସହିତ କପି ରାଇଟ୍ ସମ୍ବଦ୍ଧିତ ସମସ୍ତ ପୋଷ୍ଟକୁ ସୋସିଆଲ୍ ମିଡିଆକୁ ହଟାଇବାକୁ କହିଛନ୍ତି  ।  

   Related Posts