LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ; ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1/05/2018 at 10:03 AM

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୮ ସୁଦ୍ଧା ମୋଦି କର୍ଣ୍ଣାଟକରେ ୧୨ଟି ନିର୍ବାଚନ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି କର୍ଣ୍ଣାଟକର ସନ୍ଥେରମାରହାଲିରେ ନିର୍ବାଚନ ରାଲିରେ କଂଗ୍ରେସକ ଟାର୍ଗେଟ କରିଛନ୍ତି ମୋଦି। ବିଧାନସଭା ନିର୍ବାଚନରେ ବିଜେପି ବହୁମତ ସହିତ କ୍ଷମତାକୁ ଫେରିବ ବୋଲି ମୋଦି ଦୃଢୋକ୍ତି କରିଛନ୍ତି। କର୍ଣ୍ଣାଟକରେ ବିଜେପିର ହାୱା ବହୁନି … ଏଠି ବିଜେପିର ଝଡ ଦେଖିବାକୁ ମିଳୁଛି ଅଭିଭାଷଣରେ କହିଛନ୍ତି ମୋଦି।ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ୟେଡୁରାପ୍ପା କର୍ଣ୍ଣାଟକ ଲୋକମାନଙ୍କର ଆଶା । ସେ ରାଜ୍ୟର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ମୋଦି। ଦେଶର ସବୁ ଗାଁକୁ ବିଜୁଳି ପହଁଚିଥିବା ନେଇ ଶ୍ରମିକ ଦିବସରେ ଦେଶର ସବୁ ଶ୍ରମିକମାନଙ୍କୁ ଧନ୍ୟାବାଦ ଦେଇଛନ୍ତି।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନାମଦାର ବୋଲି ଆକ୍ଷେପ କରିଛନ୍ତି ମୋଦି।ସେ କେମତି କାମଦାରଙ୍କ କଥା ଜାଣିପାରିବେ ବୋଲି ମୋଦି କଟାକ୍ଷ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିନା କାଗଜରେ ୧୫ ମିନିଟ କର୍ଣ୍ଣାଟକ ସରକାରଙ୍କ ସଫଳତା ବଖାଣିପାରିବେ କି ମୋଦି ଦେଇଛନ୍ତି ଚ୍ୟାଲେଞ୍ଜ।

Leave a Reply

   Related Posts