ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଓଲା,ଉବେର ଓ ରାପିଡୋ  ବ୍ୟାନ ପରେ ଏବେ କର୍ଣ୍ଣାଟକରେ ଅଟୋ ଡ୍ରାଇଭରଙ୍କର ହେବ ନିଜ ‘ନମ୍ମା ଯାତ୍ରୀ’ ଆପ୍

12/10/2022 at 5:17 PM

ବେଙ୍ଗାଲୁରୁ ୧୨।୧୦: କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ ସରକାର ନିଷିଦ୍ଧ କରିବା ପରେ ବେଙ୍ଗାଲୁରୁର ଅଟୋ ରିକ୍ସା ଡ୍ରାଇଭର ଏବେ ନିଜର ଆପ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଅଟୋ ଡ୍ରାଇଭରମାନେ ‘ନମ୍ମା ଯାତ୍ରୀ’ ନାମରେ ଏକ କ୍ୟାବ୍ ସର୍ଭିସ ଆପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍ କର୍ଣ୍ଣାଟକ ରାଜ୍ୟୋତ୍ସବ ୧ ନଭେମ୍ବରରୁ କାମ କରିବା ଆରମ୍ଭ କରିବ। ବେକନ ଫାଉଣ୍ଡେସନ ଭାଗିଦାରୀରେ ଏହି ଆପ୍ ଆରମ୍ଭ କରାଯିବ।

ବେଙ୍ଗାଲୁରୁରେ ଅଟୋ ରିକ୍ସା ଡ୍ରାଇଭର ୟୁନିୟନ ଅଧ୍ୟକ୍ଷ ରୁଦ୍ର ମୂର୍ତ୍ତି ଓଲା, ଉବେର ଓ ରାପିଡୋ ଡ୍ରାଇଭରଙ୍କ ଶୋଷଣ କରୁଥିଲେ ବୋଲି କହିଛନ୍ତି। କେବଳ ଡ୍ରାଇଭର ନୁହନ୍ତି ଯାତ୍ରୀଙ୍କୁ ମଧ୍ୟ ମନଇଛା ଭଡା କଷୁଥିଲେ। ଏଣୁ ଏହି ସଂସ୍ଥାଙ୍କ ଉପରେ ରାଜ୍ୟ ସରକାର ଲଗାଇଥିବା ବ୍ୟାନକୁ ଆମେ ସ୍ୱାଗତ କରୁଛୁ ବୋଲି ଅଧ୍ୟକ୍ଷ କହିଛନ୍ତି। ତେବେ ରାଜ୍ୟ ରାଜଧାନୀରେ ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ଆମେ ଆମର ଆପ୍‌ ସର୍ଭିସ ଆରମ୍ଭ କରିବାକୁ ଯାଉଥିବା କିହଛନ୍ତି। ନମ୍ମା ୟାତ୍ରୀ ଆପର ଭଡା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ହେବ। ଅପରପଟେ କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ ଅଟୋ ସର୍ଭିସ ବୁଧବାରଠାରୁ ବନ୍ଦ ହୋଇଯାଇଛି।

ରାଜ୍ୟରେ ଓଲା, ଉବେର ଓ ରାପିଡୋର ଆଧିପତ୍ୟ ସମାପ୍ତ କରିବା ଲାଗି ତତ୍କାଳୀନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାର ସ୍ୱାମୀ ସ୍ୱତନ୍ତ୍ର ଆପ୍ ସର୍ଭିସ ଆରମ୍ଭ କରିବେ ବୋଲି କହିଥିଲେ। ରାଜ୍ୟର ଏବେକା ସରକାର ଯାତ୍ରୀଙ୍କ ଠାରୁ ଅତ୍ୟାଧିକ ଭଡ଼ା ଆଦାୟ ଲାଗି ଓଲା ଏବଂ ଉବେରଙ୍କୁ ବ୍ୟାନ କରିଦେଇଛନ୍ତି। ଏଥିରେ ସରକାରଙ୍କ ଆଦେଶ ଅବଜ୍ଞାରେ କମ୍ପାନୀ ଓ ବାହନ ମାଲିକଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

   Related Posts