LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକ ନିର୍ବାଚନ ବିବାଦ:ବେଙ୍ଗାଲୁରରର ଏକ ଆପାର୍ଟମେଣ୍ଟରୁ ଜବତ ହୋଇଛି ୯ ହଜାରରୁ ଅଧିକ ଭୋଟ ପରିଚୟ ପତ୍ର

9/05/2018 at 10:23 AM

କର୍ଣ୍ଣାଟକ ନିର୍ବାଚନ ଯେତିକି ପାଖୋଉଛି ପ୍ରଚାର ସାଙ୍ଗକୁ ବିବାଦ ବି ସେତିକି ବଢୁଛି ।  ମଙ୍ଗବାର ରାତିରେ ବେଙ୍ଗାଲୁରରର ଏକ ଆପାର୍ଟମେଣ୍ଟରୁ ଜବତ ହୋଇଛି ୯ ହଜାରରୁ ଅଧିକ ଭୋଟ ପରିଚୟ ପତ୍ର । ଏହି ଘଟଣା ପ୍ରଚାରିତ ହେବା ପରେ ନିର୍ବାଚନ କମିଶନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହାକୁ ନେଇ   ରାଜ୍ୟରେ  କ୍ଷମାତାସୀନ କଂଗ୍ରେସ ସହ ମୁଖ୍ୟ ପ୍ରତିଦ୍ୱନ୍ଦୀ  ବିଜେପି  ମଧ୍ୟରେ ଆରମ୍ଭ ହୋଇଯାଇଛି  ବାକ୍  ଯୁଦ୍ଧ।  ରାଜରାଜେଶ୍ବରୀ ନଗର ବିଧାନସଭା କ୍ଷେତ୍ର ମଧ୍ୟରେ ଅବସ୍ଥିତ ଏକ  ଆପାର୍ଟମେଣ୍ଟରୁ  ୯ ହଜାର ୭ ଶହ ୪୬ ଭୋଟ ପରିଚୟ ପତ୍ର  ସହ କିଛି କାଉଣ୍ଟର ଫଏଲ  ଆକନଲେଜମେଣ୍ଟ କାଗଜ ବି ମିଳିଛି । ଭୋଟର ତାଲିକାରେ ନାମ ସାମିଲ ପାଇଁ ସାଧାରଣତଃ ଏହି ସବୁ ପଦ୍ଧତି ଅନୁସରଣ କରାଯାଇଥାଏ । ଏନେଇ ପୋଲିସରେ ଏଫଆଇଆର କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ତେବେ ଏନେଇ ପରସ୍ପରକୁ ଦୋଷାରପ କରିଛନ୍ତି କଂଗ୍ରେସ ଓ ବିଜେପି ।  ଏହି ଘଟଣାରେ ଆରଆର୍ ନଗରର କଂଗ୍ରେସ ପ୍ରାର୍ଥୀଙ୍କ ସଂପୃକ୍ତି  ଥିବା  ବିଜେପି  କହିଛି । କିନ୍ତୁ ଘରଟି ଜଣେ ବିଜେପି ନେତ୍ରୀଙ୍କର ହୋଇଥିବାରୁ  ା ବିଜେପି ନିଜ ଦୋଷ ଲୁଚାିବାକୁ ମିଛ କହୁଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜୱାଲା ।

Leave a Reply

   Related Posts