oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବଡ ପରଦାରେ ପୁଣି ଥରେ ହଙ୍ଗାମା କରିବେ କରିସ୍ମା : ଆସୁଛି ‘ଜବ୍ ୱି ମେଟ୍’ର ସିକ୍ବେଲ…

20/10/2021 at 11:28 AM

ମୁମ୍ବାଇ ୨୦।୧୦ : ବଲିଉଡ  ଫିଲ୍ମ ‘ଜବ ୱି ମେଟ’ ବକ୍ସ ଅଫିସ୍‌ରେ ବହୁତ ସଫଳତା ସାଉଁଟିଥିଲା । ତେବେ ଦର୍ଶକଙ୍କ ପାଇଁ ଖୁସି ଖବର ,କାହିଁକି ନା ‘ଜବ୍ ୱି ମେଟ୍’ର ସିକ୍ବେଲ୍‌ ତିଆରି ହେବାକୁ ଯାଉଛି । ଫିଲ୍ମରେ ଏଥର କରୀନାଙ୍କ ବଦଳରେ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ। ତେବେ କରିସ୍ମା ଏହି ଖବର ସୋସିଆଲ ମିଡିଆରେ ନିଜେ ସୂଚନା ଜଣାଇଛନ୍ତି । ଏହା ସହିତ କରିସ୍ମା ବହୁତ ଦିନ ପରେ ବଡ଼ ପରଦାରେ ନଜର ଫେରୁଛନ୍ତି ।

ସୂଚନା ଅନୁଯାୟୀ ଫିଲ୍ମ ‘ଜବ ୱି ମେଟ’ର ସ୍ବିକେଲ ପ୍ରସ୍ତୁତ ହେବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ । ଏନେଇ କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ କରିସ୍ମା ଡ୍ରେସିଂ ଟେବୁଲ ସାମ୍ନାରେ ବସିଛନ୍ତି ଏବଂ ଆଇନା ଦେଖି ଫୋନ୍‌ରେ କଥା ହେଉଛନ୍ତି। ତେବେ ଭିଡିଓରେ ଫୋନରେ ସେ ନିଜ ସାନ ଭଉଣୀ କରୀନା କପୁରଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି ।

ଏହା ସହଭିଡିଓରେ କରିସ୍ମା ଫିଲ୍ମ ‘ଜବ ଓ୍ଵି ମେଟ୍‌’ର ଟ୍ରେନରେ କରୀନା ପିନ୍ଧିଥିବା ହ୍ଵାଇଟ୍‌ ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଫୋନ୍‌ରେ କରୀନାଙ୍କୁ କରିସ୍ମା କହୁଛନ୍ତି ଯେ ‘ତୁମକୁ ବିଶ୍ୱାସ ହେବ ନାହିଁ, ମୁଁ ଜବ ଓ୍ଵି ମେଟ୍‌ କରିବାକୁ ଯାଉଛି। ଏହା ସହିତ ସେ କହିଛନ୍ତି ଯେ , ‘ଆଜିକାଲି ୯୦ ଦଶକର ଫିଲ୍ମ ଏତେ ଥ୍ରୋବ୍ୟାକ ହୋଇଯାଇଛି ଯେ ମୋତେ ସେହିଦିନର କଥା ଏବେ ମନେ ପଡୁଛି’। ଏବେ ସୋସିଆଲ ମିଡିଆରେ କରିସ୍ମା କପୁର ବହୁତ ଆକ୍ଟିଭ୍‌ ରହୁଥିବାବେଳେ ଦିନକୁ ଦିନ ତାଙ୍କ ଫ୍ୟାନ୍ସମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

   Related Posts