scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାରଗିଲ୍ ଲଢିଲି, ହେଲେ ପତ୍ନୀଙ୍କୁ ରକ୍ଷା କରି ପାରିଲି ନାହିଁ; ମଣିପୁର ଘଟଣାରେ ରିଟାୟର୍ଡ ଯବାନଙ୍କ ପୀଡ଼ା

22/07/2023 at 6:05 PM

ଇମ୍ଫାଲ: ମଣିପୁରରେ ମେ ୪ ତାରିଖରେ ଘଟିଥିବା ହୃଦୟ ବିଦାରକ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଉଥିବାର ଭିଡ଼ିଓ ଭାଇରାଲ୍ ହେବା ପରେ ସମଗ୍ର ଦେଶ ସ୍ତବ୍ଧ। ରାଜ୍ୟର କାଙ୍ଗପୋକପିରେ ଏମିତି ଅମାନୁଷିକ କାଣ୍ଡର ଶିକାର ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କ ସ୍ଵାମୀ ଦାବି କରିଛନ୍ତି ଯେ, ସେ କାରଗିଲ୍ ଯୁଦ୍ଧରେ ଦେଶ ପାଇଁ ଲଢିଥିଲେ। ଏପରିକି ଭାରତୀୟ ଶାନ୍ତି ସେନାର ଦଳ ସହିତ ଶ୍ରୀଲଙ୍କା ବି ଯାଇଥିଲେ। କିନ୍ତୁ ଦୁଃଖର ବିଷୟ ମେ ୪ ତାରିଖରେ ନିଜ ପତ୍ନୀଙ୍କୁ ଅପମାନିତ ହେବାରୁ ରକ୍ଷା ପାରି ନ ଥିଲେ।

ଅଧିକ ପଢନ୍ତୁ- ମଣିପୁର ହିଂସାରେ ପଦେ କଥାରେ କିଛି ଚଳିବନି, ସଂସଦରେ ବିସ୍ତୃତ ଜବାବ ରଖନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ: ଖଡ଼ଗେ

ଆସାମ ରେଜିମେଣ୍ଟରେ ସୁବେଦାର ଭାବେ ଭାରତୀୟ ସେନାର ସେବା କରି ସାରିଥିବା ଅବସରପ୍ରାପ୍ତ ଯବାନ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। ସେ କହିଛନ୍ତି,  ମୁଁ କାରଗିଲ୍‌ ଯୁଦ୍ଧରେ ଦେଶ ପାଇଁ ଲଢେଇ କରିଥିଲି। ଭାରତୀୟ ଶାନ୍ତି ସେନାର ଦଳ ସହ ଶ୍ରୀଲଙ୍କା ଯାଇଥିଲି। ମୁଁ ଦେଶକୁ ରକ୍ଷା କରି ପାରିଲି ମାତ୍ର ଆଜି ନିରାଶ ଏବଂ ମର୍ମାହତ। ଆଜି ମୁଁ ବହୁତ ନିରାଶ କାରଣ ଅବସର ନେବା ପରେ ମୁଁ ନିଜ ଘର, ପତ୍ନୀ ଏବଂ ସାଥୀ ଗୋଁ ଲୋକଙ୍କୁ ରକ୍ଷା କରି ପାରିଲି ନାହିଁ। ମୁଁ ବହୁତ ଦୁଃଖି ଏବଂ ହତାଶ। ମୁଁ ଚାହୁଁଛି ଯେଉଁମାନେ ଘର ଜଳାଇଛନ୍ତି ଏବଂ ମହିଳାମାନଙ୍କୁ ଅପାନିତ କରିଛନ୍ତି ସେହି ସମସ୍ତ ଦୋଷୀଙ୍କୁ  କଠୋର ଦଣ୍ଡରେ ଦଣ୍ଡିତ କରାଯାଉ।

करगिल युद्ध लड़ा, श्रीलंका भी गया मगर पत्नी की रक्षा नहीं कर सका; मणिपुर Video पर रिटायर्ड जवान का दर्द
hindustantimes.com

ଏହି ମାମଲାରେ ପୋଲିସ ଅଦ୍ୟାବଧି ୫ ଜଣଙ୍କୁ ଗିରଫ କରି ସାରିଛି। ପଞ୍ଚମ ଅଭିଯୁକ୍ତର ପରିଚୟ ୧୯ ବର୍ଷୀୟ ଯୁବକ ଭାବେ ହୋଇଛି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନିଆ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଘଟଣାର ଭିଡିଓ ଭାଇରାଲ୍ ହେବାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଜଣଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ହେବା ମାତ୍ରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଜାଳି ଦେଇଛନ୍ତି।

ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ଘଟଣାରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଯଦି ତ୍ଵରିତ ପଦକ୍ଷେପ ନେବାରେ ସରକାର ବିଫଳ ହୁଅନ୍ତି ତେବେ ଆମେ ବାଧ୍ୟ ହୋଇ ମାମଲାରେ ହସ୍ତକ୍ଷେପ କରିବୁ ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି। ଅନ୍ୟପକ୍ଷେ ଦୀର୍ଘ ୭୯ ଦିନର ନିରବତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ମୁହଁ ଖୋଳିଛନ୍ତି। ଘଟଣାରେ କୌଣସି ବି ଦୋଷୀକୁ ଛଡ଼ା ଯିବ ନାହିଁ ବୋଲି କହିଛନ୍ତି

   Related Posts