ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏୟାରପୋର୍ଟରେ ଫ୍ୟାନ୍ସଙ୍କ ଏପରି ବ୍ୟବହାର ଦେଖି ଡରିଗଲେ କରୀନା, ଭିଡିଓ ଭାଇରାଲ୍‌

3/10/2022 at 2:58 PM

ମୁମ୍ଵାଇ ୦୩।୧୦: ବଲିଉଡ୍‌ର ବେବୋ କରୀନା କପୁର। ଜବରଦସ୍ତ ଅଭିନୟ ଏବଂ ଲୁକ୍‌ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ହଜାର ହଜାର ଫ୍ୟାନ୍ସ ତାଙ୍କ ପାଇଁ ଦିୱାନା । ବର୍ତ୍ତମାନ କଳାକାରମାନଙ୍କ ପାଇଁ ବିମାନବନ୍ଦର ଏକ ରେଡ୍ କାର୍ପେଟ୍ ଠାରୁ କମ୍ ନୁହେଁ । କାହିଁକି ନା ବିମାନବନ୍ଦରରେ ଏହି ସେଲିବ୍ରିଟିମାନେ କେବଳ ପାପାରାଜି ନୁହଁନ୍ତି ପ୍ରଶଂସକଙ୍କୁ ମଧ୍ୟ ସାମ୍ନା କରନ୍ତି । ଅନେକ ପ୍ରଶଂସକ ସେମାନଙ୍କର ପ୍ରିୟ ତାରକାମାନଙ୍କ ସହିତ ସେଲଫି ନେବାକୁ ଅପେକ୍ଷା କରି ରହିଥାଆନ୍ତି। ହେଲେ ବିଟାଉନ୍‌ରୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ନିକଟରେ କରୀନା ଏପରି ଏକ ପ୍ରଶଂସକ ଗହଳିରେ ଫସିଯାଇଥିଲେ । ଯାହା ପାଇଁ ସେ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ରବିବାର ବିଳମ୍ବିତ ରାତିରେ କରୀନାଙ୍କୁ ମୁମ୍ବାଇ ବିମାନବନ୍ଦରରେ ପୁଅ ଜେହଙ୍କ ଏବଂ ତାଙ୍କ ନୈନି’ଙ୍କୁ ଦେଖିବାକୁ ମିଳିଥିଲା। କରୀନା ବିମାନବନ୍ଦରରେ ଏଣ୍ଟ୍ରି କରୁଥିବା ବେଳେ ପ୍ରଶଂସକମାନେ ସେଲଫି ନେବା ପାଇଁ ତାଙ୍କୁ ଘେରି ରହିଥିଲେ। ପରେକରୀନାଙ୍କୁ ଟଣା ଓଟରା କରିବାକୁ ଲାଗିଲେ। ହଠାତ୍‌ ଏହା ଦେଖି ସେ ଡରି ଯାଇଥିଲେ। କିନ୍ତୁ ପରେ ସିକ୍ୟୁରିଟି ଆସି ତୁରନ୍ତ କରୀନାଙ୍କ ଠାରୁ ଦୂରେଇ ନେଇଥିଲେ। ଭିଡିଓ ଦେଖିଲେ ଲାଗୁଛି ସତରେ କରୀନା ନିଜକୁ ଅସହଜ ମନେ କରୁଛନ୍ତି। ତାଙ୍କ ଚେହେରାରେ ତାହା ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ସେ କାହାରିକୁ କିଛି ନକହି ସେଟାରୁ ଚାଲି ଯାଇଥିଲେ।

କରୀନା କପୁରଙ୍କ ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ସହ ଏପରି ଆଚରଣକୁ ନେଇ ରାଗିଛନ୍ତି। ତାଙ୍କର ପ୍ରଶଂସକମାନେ କମେଣ୍ଟ ବକ୍ସରେ ଲେଖିଥିଲେ, ଏହା ଆଦୌ ଠିକ୍‌ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି, ବହୁତ ଖରାପ। ପ୍ରଶଂସକମାନେ ସେମାନଙ୍କ ସୀମାରେ ରହିବା ଉଚିତ୍ । କହିବାକୁ ଗଲେ କରୀନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନ ଯାଉଛନ୍ତି। ହନସଲ ମେହେତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନାଙ୍କୁ ଦେଖିବାକୁ ମିଳିବ। ଏକତା କପୁର ତାଙ୍କ ବ୍ୟାନର ବାଲାଜୀ ମୋସନ ପିକ୍ଚର୍ସ ତଳେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ।

   Related Posts