ଅଭିନେତ୍ରୀ କରୀନା କପୁରଙ୍କ ଫିଲ୍ମ ‘ପ୍ରଥମ ଦିନର, ପ୍ରଥମ ଶୋ’ ଦେଖୁଥିଲେ ରାହୁଲ ଗାନ୍ଧି ; ଜାଣନ୍ତୁ କ’ଣ ଥିଲା ପୁରା କାହାଣୀ…

Published By : Prameya-News7 Bureau | September 30, 2018 IST

ମୁମ୍ବାଇ ୩୦|୯: ‘ନେତା ଅଭିନେତା: ବଲିଉଡ୍ ଷ୍ଟାର ପାଓ୍ବାର ଇନ୍ ଇଣ୍ଡିଆନ୍ ପଲିଟିକ୍ସ’ ପୁସ୍ତକରେ ଗାନ୍ଧି ଏବଂ କପୁର ପରିବାର ବିଷୟରେ କିଛି କଥା ଲେଖାଯାଇଛି । ଏହି ପୁସ୍ତକରେ ଲେଖାଯାଇଛି ଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପ୍ରଖ୍ୟାତ ଅଭିନେତା ପୃଥ୍ବୀରାଜ କପୁରଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ଥିଲା । କେବଳ ଏତିକି ନୁହେଁ ଇନ୍ଦିରା ଗାନ୍ଧିଙ୍କ ମନରେ ମଧ୍ୟ କପୁର ପରିବାର ପାଇଁ ବହୁତ ଆଦର ଏବଂ ସମ୍ମାନ ଥିଲା ବୋଲି ପୁସ୍ତକରେ ଉଲ୍ଲେଖ ରହିଛି । ପୁସ୍ତକରେ ଏହା ଲେଖାଯାଇଛି ଯେ, ରାଜ କପୁରଙ୍କ ନାତୁଣୀ ତଥା ବଲିଉଡ୍ ଅଭିନେତ୍ରୀ କରୀନା କପୁର ୨୦୦୨ ମସିହାରେ ରାହୁଲ ଗାନ୍ଧି ତାଙ୍କର ପସନ୍ଦ ବୋଲି କହିଥିଲେ । ଏମିତି ଶୁଣିବାକୁ ମିଳେ ଯେ, ରାହୁଲ ଗାନ୍ଧି ମଧ୍ୟ କରୀନାଙ୍କ ଫିଲ୍ମ ‘ପ୍ରଥମ ଦିନର, ପ୍ରଥମ ଶୋ’ ଦେଖନ୍ତି । ‘ରାନ୍ଦେବୁସ ଓ୍ବିଥ୍ ସିମି ଗରେଓ୍ବାଲ’ ନାମକ ଟେଲିଭିଜନ ଶୋ’ରେ ଯେତେବେଳେ କରୀନାଙ୍କୁ ପଚରାଯାଇଥିଲା ଯେ, ଏମିତି ଜଣେ ବ୍ୟକ୍ତିଙ୍କ ନାମ କୁହନ୍ତୁ ଯାହାଙ୍କ ସେ ଡେଟ୍ କରିବାକୁ ଚାହିଁବେ । ଏହି ପ୍ରଶ୍ନର ଉତ୍ତରରେ କରୀନା କହିଥିଲେ, ମୁଁ କହିଦେବି ? ମୁଁ ଜାଣିନାହିଁ ମୋର କହିବା ଉଚିତ୍ କି ନୁହେଁ, ଏହା ବିବାଦୀୟ ଅଟେ… ରାହୁଲ ଗାନ୍ଧି… ମୋତେ ତାଙ୍କୁ ଜାଣିବା-ବୁଝିବାରେ କୌଣସି ଅସୁବିଧା ନାହିଁ । ମୁଁ ତାଙ୍କ ଫଟୋ ସବୁ ଦେଖେ ଏବଂ ଭାବିଛି ଯେ ତାଙ୍କୁ ଜାଣିବା-ବୁଝିବା କେମିତି ହେବ ବୋଲି । ମୁଁ ଫିଲ୍ଲ ପରିବାରରୁ ଆସିଛି । ସେ ରାଜନୀତି ପରିବାରର । ଆମ ମଧ୍ୟରେ କୌଣସି କୌତୁହଳପୂର୍ଣ୍ଣ କଥାବାର୍ତ୍ତା ହୋଇପାରିବ । ୨୦୦୯ ମସିହାରେ କରୀନା ନିଜର ଏହି ବୟାନରୁ ଓହରି ଯାଇଥିଲେ । ଯେତେବେଳେ ତାଙ୍କୁ ରାହୁଲଙ୍କ ବିଷୟରେ ପଚରାଗଲା ସେତେବେଳେ ସେ କହିଥିଲେ, ତାହା ବହୁତ ପୁରୁଣା କଥା । ସେ ଏହା ଏଥିପାଇଁ କହିଥିଲି କାହିଁକି ନା ତାଙ୍କ ଦୁଇଜଣଙ୍କର ସର୍ ନେମ୍ ପ୍ରସିଦ୍ଧ ଥିଲା ବୋଲି କରୀନା କହିଥିଲେ । ସେ କୌଣସି ଦିନ ରାହୁଲଙ୍କର ଅତିଥି ସତ୍କାର କରିବା ପାଇଁ ଚାହିଁବି ବୋଲି ମଧ୍ୟ କହିଥିଲେ । ସେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ମାତ୍ର ସେ ତାଙ୍କୁ ‘ଡେଟ୍’ କରିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.