ଗୁଡ୍ ନ୍ୟୁଜ୍ ଖୁସିରେ ବ୍ରେକ୍ ନେଲେ କରୀନା...

Published By : Prameya-News7 Bureau | December 06, 2019 IST

ମୁମ୍ବାଇ୬/୧୨: ବର୍ତ୍ତମାନ ସମୟରେ ଅଭିନେତ୍ରୀ କରୀନା କପୂରଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ହେଉଛି। କରୀନା ନିଜ କାମକୁ ନେଇ ବହୁତ ସିରିୟସ ରୁହନ୍ତି। କରୀନା କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସେ ଦେଇଥିବା କଥାକୁ ପାଳନ କରି ଥାଆନ୍ତି। କିନ୍ତୁ ଏଥର କରୀନାଙ୍କ ଜବାବ ଫେଲ୍ ମାରିଛି। ସୂଚନା ଅନୁସାରେ କରୀନାଙ୍କ ନୂଆ ଫିଲ୍ମର ସୁଟିଂ ଚଣ୍ଡିଗଡ଼ରେ ଚାଲିଛି।  କିନ୍ତୁ ସେ ଏହି ଫିଲ୍ମ ସୁଟିଂରୁ ଛୋଟ ବ୍ରେକ୍‌ ନେଇଛନ୍ତି। କରୀନା କାହିଁକି ଏହି ଫିଲ୍ମ ସୁଟିଂରୁ ବ୍ରେକ ନେଲେ ଆସନ୍ତୁ ଜାଣିବା…

 ଗତ ନଭେମ୍ବର ୧୮ ତାରିଖରେ କରୀନଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ର ଟ୍ରେଲର ରିଲିଜ ହୋଇଥିଲା। ଏହି ଇଭେଣ୍ଟରେ କରୀନା ସାମିଲ ହେବା ପାଇଁ କରେଣ୍ଟ ପ୍ରୋଜେକ୍ଟରୁ ବ୍ରେକ୍ ନେଇଥିବା ସୂଚନା ମିଳିଛି। ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇ ସାରିଛି। ଗୁଡ଼ ନ୍ୟୁଜ ଫିଲ୍ମରେ କରୀନାଙ୍କ ସହ ଅଭିନେତା ଅକ୍ଷୟ କୁମାର ନଜର ଆସିବେ। ଗୋଟିଏ ପଟେ କରୀନାଙ୍କ ଅପ୍‌କମିଂ ଫିଲ୍ମ ଗୁଡ୍‌ ନ୍ୟୁଜକୁ ନେଇ ଖୁସି ହେଉଥିବା ବେଳେ ଅନ୍ୟପଟେ  ଚଣ୍ଡିଗଡ଼ରେ ସୁଟିଂ ଚାଲିଥିବା ଫିଲ୍ମରୁ କରୀନା ବ୍ରେକ୍‌ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.