ନୂଆଦିଲ୍ଲୀ୧/୧୧: ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଓ ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଟକୁ ବଲିଉଡ୍ ଅଭିନେତ୍ରୀ କରୀନା କପୂର ଉଦ୍ଘାଟନ କରିବେ। ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ବିଶ୍ବକପରେ ସେ ଅଂଶ ଗ୍ରହଣ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। କରୀନା କପୂର ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମସୁର ଅଲ୍ଲୀ ଖାନଙ୍କ ପଟ୍ଟୌଦୀଙ୍କ ବୋହୂ ।
ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ପଟ୍ଟୌଦୀ ଖାନଦାନର ବୋହୂ କରୀନା କରିବେ । ଏ ନେଇ ସନ୍ଧ୍ୟାରେ ଚାଲିଥିବା କାର୍ଯ୍ୟକ୍ରମରେ ମହିଳା ଖେଳୀଳିଙ୍କୁ କରୀନା ସମ୍ମାନ ଜଣାଇଥିଲେ। ତାଙ୍କ ଦିବଙ୍ଗତ ଶ୍ବଶୂର ଜଣେ ମହାନ ଖେଳାଳୀ ଥିଲେ। ସେଇଟା ତାଙ୍କ ଲାଗି ସମ୍ମାନର କଥା ବୋଲି କରୀନା କପୂର କହିଥିଲେ।।
ଅଭିନେତା ଅକ୍ଷୟ କୁମାରଙ୍କ ସହ କରୀନା ଗୁଡ୍ ନ୍ୟୁଜରେ ବ୍ୟସ୍ତ ରହୁଛନ୍ତି। ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ଲାଲ ସିଂହ ଚଢ଼ା ଫିଲ୍ମରେ ଆମିର ଖାନଙ୍କ ସହ କରୀନା ନଜର ଆସିବେ। ୨୦୨୦ ମସିହାରେ ଅଷ୍ଟ୍ରେଲିଆ ହେବାକୁ ଥିବା ବିଶ୍ବ ଟି-୨୦ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।