ଟାଏକୋଣ୍ଡ ଚାମ୍ପିଅନ ତୈମୁର ଅଲ୍ଲି ଖାନ୍‌, ୬ ବର୍ଷରେ ଜିତିଲେ ଗୋଲ୍ଡ ମେଡାଲ୍‌

Published By : Prameya-News7 Bureau | December 04, 2023 IST

ମୁମ୍ଵାଇ ୦୪।୧୨: ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର ଖାନ୍‌-ରାଣୀ ମୁଖାର୍ଜୀ । ଦୁହେଁ ସିଲଭର ସ୍କ୍ରିନ୍‌ ପାୱାରହାଉସ ପ୍ରତିଭା ଅଟନ୍ତି। ଦୁଇ ଅଭିନେତ୍ରୀ ନିଜ  କାମ ସହ ପରିବାର ପାଇଁ ସବୁବେଳେ ଉପସ୍ଥିତ ଥାଆନ୍ତି । ନିକଟରେ ରାଣୀ ଏବଂ କରୀନା ମାଆର କର୍ତ୍ତବ୍ୟ କରିଥିଲେ । ନିଜ ପିଲାମାନଙ୍କ ଟାଏକୋଣ୍ଡ ପ୍ରତିଯୋଗିତାରେ ସେମାନଙ୍କୁ ଉତ୍ସାହିତ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଫଟୋଗୁଡ଼ିକରେ ତୈମୁର ଅଲି ଖାନଙ୍କୁ ସ୍ୱର୍ଣ୍ଣ ପଦକ ସମ୍ମାନିତ କରାଯାଇଥିଲା ଏବଂ କରୀନା ତାଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା।

wp:html
/wp:html

ଶନିବାର ଦିନ କରୀନା କପୁର ଖାନ ଏବଂ ରାଣି ମୁଖାର୍ଜୀ କିରଣଙ୍କ ଟାଏକୋଣ୍ଡ ଟ୍ରେନିଂ ଏକାଡେମୀରେ ବାର୍ଷିକ ପ୍ରତିଯୋଗିତାରେ ଯୋଗ ଦେଇଥିଲେ । ଯେଉଁଠାରେ ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ଦେଖାଇଥିଲେ । ସେ ପ୍ରତିଯୋଗୀର ମୁଖ୍ୟ ଆକର୍ଷଣ ଥିଲେ ତୈମୁର ଅଲି ଖାନ । କାହିଁକି ନା ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଗର୍ବିତ ମାଆ ବେବୋ ତାଙ୍କ ଖୁସି ଅଟକାଇ ପାରିନଥିଲେ । ଏହା ବ୍ୟତୀତ, ରାଣୀ କରଣ ଜୋହରଙ୍କ ପୁଅ ୟଶ ଜୋହରଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା, ଦୁହେଁ କ୍ୟାମେରା ପାଇଁ ମଧ୍ୟ ପୋଜ୍ କରିଥିଲେ।

wp:embed {"url":"https://www.prameyanews7.com/randeep-hooda-lin-laishram-to-host-reception-in-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/randeep-hooda-lin-laishram-to-host-reception-in-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.