ମୁମ୍ଵାଇ ୨୮।୦୭: ବଲିଉଡ୍ର ମୋଷ୍ଟ ବ୍ୟୁଟିଫୁଲ୍ କପଲ କରୀନା କପୁର ଖାନ ଏବଂ ସୈଫ ଅଲି ଖାନ। ତାଙ୍କ ପୁଅ ତୈମୁର ତାଙ୍କ ଜନ୍ମ ହେବା ଦିନରୁ ଚର୍ଚ୍ଚାରେ ଅଛନ୍ତି। ତୈମୁରଙ୍କ ସହ ତାଙ୍କ ନାନୀ ଲଲିତା ଡି’ସିଲଭା ମଧ୍ୟ ଏହି ଆଲୋଚନାରେ ରହୁଛନ୍ତି । ଲଲିତା ତାଙ୍କ ଜନ୍ମରୁ ତୈମୁରର ଯତ୍ନ ନେଉଛନ୍ତି। ସେ ତୈମୁରଙ୍କ ସାନଭାଇ ଜେହଙ୍କ ଯତ୍ନ ନେଉଛନ୍ତି। ଲଳିତାଙ୍କୁ ତୈମୁର ଏବଂ ଜେହଙ୍କ ସହିତ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଲଲିତା ନିକଟରେ କରୀନା ଏବଂ ସୈଫଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କର୍ମଚାରୀଙ୍କ ସହ ସେ ଭଲ ବ୍ୟବହାର କରନ୍ତି ଏବଂ ଷ୍ଟାଫ୍ଙ୍କ ପାଇଁ ସେମାନେ ଖାଇବା ବି ପ୍ରସ୍ତୁତ କରନ୍ତି। ତାଙ୍କୁ ୨.୫ ଲକ୍ଷ ଟଙ୍କା ଦରମା ମିଳିଥିବା ନେଇ ସେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଲଲିତା ଏକ ସାକ୍ଷାତକାରରେ କହିଛନ୍ତି, “କରୀନା- ସୈଫ ଦୁହେଁ ବହୁତ ଭଲ ସିମ୍ପଲ ଲୋକ। ସକାଳର ରୁଟିନ୍ ଅନୁଯାୟୀ ଷ୍ଟାଫ୍, କରୀନା ଏବଂ ସୈଫ, ଆମେ ସମସ୍ତେ ସମାନ ଖାଦ୍ୟ ଖାଉ । ଏପରି କୌଣସି ଜିନିଷ ନାହିଁ ଯେ କର୍ମଚାରୀଙ୍କ ପାଇଁ ଅଲଗା ଖାଦ୍ୟ ରୁହେ । ସମାନ ଖାଦ୍ୟ ଏବଂ ସମାନ କ୍ଵାଲିଟି ଥାଏ। ଅନେକ ଥର ଆମେ ସମସ୍ତେ ଏକାଠି ଖାଇଛୁ। ”
ଯେତେବେଳେ ଲଲିତାଙ୍କୁ ମାସିକ ୨.୫ ଲକ୍ଷ ଟଙ୍କା ଦରମା ବିଷୟରେ ପଚରାଗଲା, ସେ ହସିବାକୁ ଲାଗିଲେ। ସେ ଏତେ ଉଚ୍ଚ ବେତନକୁ ଗୁଜବ ବୋଲି କହିଛନ୍ତି। ସେ କହିଥିଲେ, “ଅଢେଇ ଲକ୍ଷ ଟଙ୍କା? ଯଦି ସେମିତି ହୁଅନ୍ତା ତ ବହୁତ ଭଲ । ତୁମ କଥା ସତ ହଉ । ଏସବୁ ଗୁଜବ। ” ଲଳିତା ଦୀର୍ଘ ଦିନ ଧରି କରିନା-ସୈଫଙ୍କ ପିଲାମାନଙ୍କ ପାଇଁ କାମ କରି ଆସୁଛନ୍ତି। କରୀନା-ସୈଫ୍ ମଧ୍ୟ ପିଲାମାନଙ୍କର ଯତ୍ନ ନେବା ପାଇଁ ଛୁଟିରେ ଲଲିତାଙ୍କୁ ସାଙ୍ଗରେ ନେଇଥା’ନ୍ତି।