Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

କରଣଙ୍କ ଉପରେ ଅଭିଯୋଗ ଆଣିଲେ କରୀନା-ରଣବୀର ! କହିଲେ- ତାଙ୍କ ପାଇଁ ଆମ ଭାବମୂର୍ତ୍ତି…

11/03/2023 at 7:49 AM

ମୁମ୍ଵାଇ ୧୧।୦୩: ଅଭିନେତ୍ରୀ କରୀନା କପୁର ଖାନ । ତାଙ୍କ ଟକ୍ ସୋ ‘ୱାଟ୍‌ ୱି,ମେନ୍‌ ୱାଣ୍ଟ’ ର ନୂଆ ସିଜନ୍ ସହିତ କମ୍‌ବ୍ୟାକ୍‌ କରିଛନ୍ତି। ଏଥର ମଧ୍ୟ ଅନେକ ପ୍ରସିଦ୍ଧ ଚେହେରା ଟକ୍ ସୋରେ ଦେଖିବାକୁ ମିଳିବ।  ସେମାନଙ୍କ ମଧ୍ୟରେ ସବୁଠାରୁ ବିଶେଷ ହେଉଛି ତାଙ୍କ ସମ୍ପର୍କୀୟ ଭାଇ ରଣବୀର କପୁର। ଶୋ’ର ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ସୋ’ରେ ଅଂଶଗ୍ରହଣ କରୁଥିବା ସମସ୍ତ ସେଲିବ୍ରେଟଙ୍କ ଝଲକ ଦେଖିବାକୁ ମିଳିଛି।

ଏଥର ରଣବୀର କପୁରଙ୍କ ବ୍ୟତୀତ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ଶେଫାଳି ଶାହା ଏବଂ ଡିଜିଟାଲ ନିର୍ମାତା ନିହାରିକା ଏନଏମ ଏହି ଶୋ’ରେ ଭାଗ ନେବାକୁ ଯାଉଛନ୍ତି। ଏହି ସମୟରେ ରଣବୀର ଏବଂ କରୀନା ଆଲୋଚନା କରୁଛନ୍ତି ଯେ କରଣ ଜୋହର ପ୍ରକୃତରେ ସେମାନଙ୍କର ଖରାପ ଭାବମୂର୍ତ୍ତିର କାରଣ। ସେମାନଙ୍କ ଶବ୍ଦରୁ ଏହା ଜଣାପଡ଼େ ଯେ ବୋଧହୁଏ ଦୁହେଁ ଫିଲ୍ମ ନିର୍ମାତା ଶୋ ‘କଫି ୱିଥ୍‌ କରନ୍’ ବିଷୟରେ କହୁଛନ୍ତି ।

ରଣବୀର ଭିଡିଓରେ କରିନାଙ୍କୁ ଥଟ୍ଟା କରି କହିଛନ୍ତି ଯେ ଆମେ ତାଙ୍କ ସହ କୌଣସି ଫିଲ୍ମ କରି ନ ଥିବାରୁ ଆମେ କେବଳ କାଉଚ୍‌ରେ ସାକ୍ଷାତ କରୁଛୁ। ସେ ଝୀଅ ରାହା ବିଷୟରେ ମଧ୍ୟ କହିଥିଲେ। କ୍ଷମା ମାଗିବାବେଳେ ତାଙ୍କର ‘ଆତ୍ମ ସମ୍ମାନ ନାହିଁ’ ବୋଲି ରଣବୀର କହିଛନ୍ତି। ଏହି ସମୟରେ କରୀନା କପିଲ ଶର୍ମାଙ୍କୁ ପଚାରିଛନ୍ତି ଯେ ସେ ରୋମାଣ୍ଟିକ କି, ସେ ଉତ୍ତର ଦେଇଛନ୍ତି ଯେ ମୋର ଦୁଇଟି ସନ୍ତାନ ଅଛି ଏବଂ ମୁଁ ସେମନଙ୍କୁ ଡାଉନଲୋଡ୍ କରି ନାହିଁ। ଏପରି ଅନେ କିଛି ଭିଡିଓରେ ଦେଖିବାକୁ ମିଳିଛି । ଯାହାର ପ୍ରୋମୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଶୋ’ରେ ଏମିତି କରନ୍‌କୁ ନେଇ କାହିଁକି କୁହାଗଲା।

   Related Posts