କ’ଣ ପୁଣି ଥରେ ପ୍ରେଗ୍ନେଣ୍ଟ ଅଛନ୍ତି କରୀନା ? ଭିଡିଓ ଦେଖି ୟୁଜର୍ସ କହିଲେ ଏମିତି
9/09/2023 at 1:26 PM

ମୁମ୍ଵାଇ ୦୯।୦୯: ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ କରୀନା କପୁର ଖାନ୍ । ତାଙ୍କ ସ୍ୱାମୀ ସୈଫ ଅଲି ଖାନ। ଦୁହେଁ ପ୍ରାୟତଃ ସମୟ ଛୁଟିରେ ଯାଉଛନ୍ତି। କରୀନା ଏବଂ ସୈଫଙ୍କ ଯୋଡି ଉପରେ ପ୍ରଶଂସକମାନେ ବହୁତ ପ୍ରେମ କରୁଥିବାର ଦେଖିବାକୁ ମିଳିଥାଏ। ଉଭୟ କଳାକାର ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏହି ସମୟରେ କରୀନା କପୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଫିଲ୍ମକୁ ନୁହେଁ ବରଂ ତାଙ୍କୁ ନେଇ । ବର୍ତ୍ତମାନ ତାଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା କରାଯାଉଛି।
ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଥିରେ ସେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏହି ଭିଡିଓ ଭାଇରାଲ ହେବା ମାତ୍ରେ କରୀନା କପୁରଙ୍କ ଗର୍ଭଧାରଣ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା। ଅନେକ ୟୁଜର୍ସ ଦାବି କରୀନା କପୁର ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ହେଲେ ଆଉ କିଛି କହୁଛନ୍ତି କି ତାଙ୍କ ଓଜନ ବୃଦ୍ଧି ଯୋଗୁଁ ଏଭଳି ଦେଖାଯାଉଛନ୍ତି। ଅନ୍ୟ କେହି ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରୁଛନ୍ତି ।