ପାର୍ଟିରୁ ଫେରିବା ପରେ ଟ୍ରୋଲ ହେଲେ କରୀନା, ଚାଲି ଦେଖି ଫ୍ୟାନ୍ସ କହିଲେ ଅଧିକ ପଡିଯାଇଛି ବୋଧେ...

Published By : Prameya-News7 Bureau | January 27, 2022 IST

ମୁମ୍ୱାଇ ୨୭/୦୧: କରୀନା କପୁର ଏବଂ ତାଙ୍କ ସାଙ୍ଗମାନେ ପ୍ରାୟତଃ ସଦା ସର୍ବଦା ଲାଇମଲାଇଟ୍‌ରେ ରହିଥାନ୍ତି । ଖାସ୍ କରି ପାର୍ଟି କଥା ଆସିଲେ ହେଡଲାଇନରେ ଥାନ୍ତି ବେବୋ । ଏବେ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ପାର୍ଟି ସାରି ମନୀଷ ମଲହୋତ୍ରାଙ୍କ ଘରୁ ଫେରୁଛନ୍ତି । ତାଙ୍କ ପରେ ମଲାଇକା ଆରୋରା ଏବଂ ତାଙ୍କ ଭଉଣୀ ଅମୃତା ମଧ୍ୟ ଅଛନ୍ତି ।

ତେବେ କରୀନାଙ୍କ ଶରୀରର ଅଙ୍ଗଭଙ୍ଗୀ ଦେଖି ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଛନ୍ତି । କେହି କେହି ତାଙ୍କ ଚାଲିକୁ ଦେଖି କମେଣ୍ଟ ଦେଇଛନ୍ତି ଯେ, ସେ ଅଧିକ ପିଇଛନ୍ତି ଯେଉଁଥି ପାଇଁ ଠିକରେ ଚାଲି ପାରୁନାହାଁନ୍ତି । ୨୬ ଜାନୁଆରୀରେ ମନୀଷଙ୍କ ଘରେ ଏକ ପାର୍ଟି ହୋଇଥିଲା । ଏଥିରେ କରଣ ଜୋହର ମଧ୍ୟ ଭାଗ ନେଇଥିଲେ । ପାର୍ଟିର ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ଅଛି ।

wp:html
/wp:html

ସେଠାରୁ ଫେରୁଥିବାବେଳେ କରୀନା, ଅମୃତା ଏବଂ ମଲାଇକା ପାପାରାଜି ଦ୍ୱାରା କାବୁ ହୋଇଥିଲେ । ଭିଡିଓ ଭାଇରାଲ ହେବା ମାତ୍ରେ କରୀନା ଟ୍ରୋଲ ହୋଇଥିଲେ । ମନୀଷ ମଲହୋତ୍ରା ଜଣେ ଭଲ ହୋଷ୍ଟ । ତାଙ୍କ ଘରେ ପ୍ରାୟତଃ ପାର୍ଟି ଅନୁଷ୍ଠିତ ହୋଇଥାଏ । କାଲି ମଧ୍ୟ ସେ ତାଙ୍କର ବିଶେଷ ବନ୍ଧୁଙ୍କୁ ଡାକି ପାର୍ଟି ଦେଇଥିଲେ । ହେଲେ ଏହି ପାର୍ଟିରୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ଚିତ୍ର ଭାଇରାଲ ହେବା ପରେ କରୀନାଙ୍କୁ ଟ୍ରୋଲ କରାଯାଇଥିଲା ।

ଜଣେ ଫ୍ୟାନ୍ସ ଲେଖିଛନ୍ତି , ସେ ପିଇଛନ୍ତି କି ? ଅନ୍ୟ ଜଣେ ଲେଖିଛନ୍ତି, କରୀନା ଟିକେ ଅଧିକ ଟଲ୍ଲି ଲାଗୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସେ ବହୁତ ମଦ୍ୟପାନ କରିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ମଦ୍ୟପ ମା' । ଆଉ ଜଣେ ଲେଖିଛନ୍ତି ଆଶା କରୁଛି ଯେ ତିନି ଜଣ କୋଭିଡ ମୁକ୍ତ ହେବେ ।

wp:gallery {"ids":[580155],"linkTo":"none"} /wp:gallery

ସୂଚନାଥାଉକି, ଡିସେମ୍ବରରେ କରୀନା କପୁର ଏବଂ ଅମୃତା ଆରୋରା କରୋନା ସଂକ୍ରମିତ ହୋଇଥିଲେ । ସେହି ସମୟରେ ଉଭୟଙ୍କ ପାର୍ଟି ମଧ୍ୟ ହୋଇଥିଲା । ପ୍ରଥମେ ଅନିଲ କପୁରଙ୍କ ଝିଅ ରିୟାଙ୍କ ଘରେ, ପରେ କରୀନା ପାର୍ଟି ପାଇଁ କରଣ ଜୋହରଙ୍କ ଘରେ ପହଞ୍ଚିଥିଲେ । କିଛି ଦିନ ପରେ, ତାଙ୍କର କୋଭିଡ ପଜିଟିଭ୍ ହେବାର ଖବର ଆସିଲା । ପରେ ରିୟା କପୁର, ଅର୍ଜୁନ କପୁର, ଅନସୁଲା, ଜାନଭି ଏବଂ ଖୁସି ସମସ୍ତେ କୋଭିଡ ସଂକ୍ରମିତ ହୋଇଥିଲେ । ଏବେ ପୁଣିଥରେ ପାର୍ଟି, ଫ୍ୟାନ୍ସମାନଙ୍କୁ ଚିନ୍ତାରେ ପକାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.