ଋଷି କପୁରଙ୍କ ପରଲୋକ ପରେ ଖୁଡ଼ି ନୀତୁଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଲେ କରୀନା କପୁର : ଭାଇରାଲ୍ ହେଲା ଫଟୋ
6/05/2020 at 8:32 PM

ମୁମ୍ବାଇ ୫/୫: ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ହଠାତ୍ ପରଲୋକରେ ତାଙ୍କ ପରିବାର ସହ ଫ୍ୟାନ୍ସମାନଙ୍କୁ ମଧ୍ୟ ଗଭୀର ଧକ୍କା ଲାଗିଛି। ଅପ୍ରେଲ୍ ୩୦ତାରିଖରେ ଯେତେବେଳେ ଅଭିନେତାଙ୍କ ପରଲୋକ ଖବର ଆସିଥିଲା,ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଋଷି ମାତ୍ର ୬୭ବର୍ଷ ବୟସରେ ଆଖି ବୁଜିଥିଲେ। ଲକଡାଉନ୍ କାରଣରୁ ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ଅଧିକ ଲୋକ ସାମିଲ ହୋଇପାରିନଥିଲେ। ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିପାରିନଥିଲେ।

ଋଷିଙ୍କ ପରଲୋକ ଖବର ମିଳିବା ମାତ୍ରେ କରୀନା କପୁର ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କ ସହ ଅନ୍ତିମ ଦର୍ଶନ ପାଇଁ ହସ୍ପିଟାଲକୁ ପହଞ୍ଚିଥିଲେ। ଏବେ ନିକଟରେ କରୀନା କପୁର ନିଜ ଖୁଡ଼ି ନୀତୁ ସିଂହଙ୍କୁ ଭେଟିବାକୁ ତାଙ୍କ ଘରକୁ ପହଞ୍ଚିଥିଲେ। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସାମନାକୁ ଆସିଥିବା ଫଟୋରେ କରୀନା କାରରେ ବସିଛନ୍ତି। ସେ ମୁହଁରେ ମାସ୍କ ଲଗାଇଥିବା ନଜର ଆସିଛନ୍ତି।
