Dadasaheb Phalke Awards 2024: ଆୱାର୍ଡ ଶୋ’ରେ ଏକ୍ସ-ବୟଫ୍ରେଣ୍ଡଙ୍କୁ ଇଗନୋର କଲେ କରୀନା

Published By : Prameya-News7 Bureau | February 21, 2024 IST

ମୁମ୍ଵାଇ ୨୧।୦୨: ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର (DPIFF Award 2024) ଆୟୋଜିତ ହୋଇଥିଲା । ଏଥିରେ ଅନେକ ଚଳଚ୍ଚିତ୍ର ତାରକା ଅଂଶଗ୍ରହଣ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ତାରକାମାନେ ରେଡ୍‌ କାର୍ପେଟ୍‌ରେ ଚମକିଥିଲେ । କରୀନା କପୁର ଖାନଙ୍କ ଠାରୁ ବବି ଦେଓଲ, ସାହିଦ କପୁର, ଶାହରୁଖ ଖାନ, କାଜୋଲ, ନୟନତରା ସମେତ ଅନେକ ତାରକା ରେଡ କାର୍ପେଟରେ ନଜର ଆସିଥିଲେ। ଏହି ସମୟରେ ବଲିଉଡର ପୁରୁଣା ଏକ୍ସ କପଲ କରୀନା କପୁର ଏବଂ ସାହିଦ କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବେବୋ ସାହିଦଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଥିଲା।

ଏହାର ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ମାନବ ମଙ୍ଗଲାନି ସେୟାର କରିଛନ୍ତି। ଯେଉଁଥିରେ ସାହିଦ ଦାଦାସାହେବ ଫାଲକେ ଆୱାର୍ଡର ରେଡ କାର୍ପେଟରେ ପାପାରାଜିଙ୍କୁ ପୋଜ୍ କରୁଥିବାର ନଜର ଆସିଥିଲେ। ଏହି ସମୟରେ କରୀନା କପୁର ଅତିକ୍ରମ କରିନ୍ତି ଏବଂ ଦୁହେଁ ସାମ୍ନା-ସାମନି ହୋଇଥିଲେ। ସାହିଦ ତାଙ୍କୁ ଅନାଇ ହସିଥିଲେ, କିନ୍ତୁ କରୀନା ତାଙ୍କୁ ଅଣଦେଖା କରି ଆଗକୁ ଚାଲିଗଲେ। କରୀନା-ସାହିଦଙ୍କ ଏହି ଭିଡିଓ ଦେଖିଲା ପରେ ଫ୍ୟାନ୍ସ ବି ରିଆକ୍ଟ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି କି-ସାହିଦ କରିନାଙ୍କ ଅଣଦେଖାକୁ ହସରେ ଉଡାଇ ଦେଇଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି- ଏହା ତ ମୋୟେ ମୋୟେ ହୋଇଗଲା, ଆଉ ଜଣେ ଲେଖିଛନ୍ତି- କରୀନା ସ୍ଵାଗ ଦେଖାଇ ଇଗନୋର କଲେ।

wp:html
/wp:html

କହିବାକୁ ଗଲେ କରୀନା କପୁର ଏବଂ ସାହିଦ କପୁରଙ୍କ ପ୍ରେମ କାହାଣୀ ବଲିଉଡ ସର୍କଲରେ ବହୁତ ଲୋକପ୍ରିୟ ଥିଲା । ୨୦୦୪ ମସିହାରେ ଫିଦା ଫିଲ୍ମର ସେଟରେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ ଏବଂ ଏଠାରୁ ହିଁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। କୁହାଯାଏ ଯେ ସାହିଦଙ୍କ ପ୍ରେମ କରୀନାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା। ଏଭଳି ପରିସ୍ଥିତିରେ ବେବୋ ତାଙ୍କ ପାଇଁ ନନ୍‌ ଭେଜ୍ ଖାଦ୍ୟ ମଧ୍ୟ ଛାଡିଥିଲେ। ଦୁହେଁ ୨୦୦୭ ପର୍ଯ୍ୟନ୍ତ ଡେଟ କରିଥିଲେ, କିନ୍ତୁ ଫିଲ୍ମ ଜବ୍ ଉଇ ମିଟ୍ ସୁଟିଂ ସମୟରେ ସେମାନେ ଅଲଗା ହୋଇଥିଲେ। ତେବେ ଆଜି ପର୍ଯ୍ୟନ୍ତ ଏହି କପଲଙ୍କ ଅଲଗା ହେବାର କାରଣ ଜଣାପଡିନାହିଁ।

wp:embed {"url":"https://www.prameyanews7.com/deepika-padukone-pregnant-with-her-first-baby/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deepika-padukone-pregnant-with-her-first-baby/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.