WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିବାର ସହ ବର୍ଥ ଡେ ସେଲିବ୍ରେସନ କଲେ କରୀନା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

21/09/2023 at 1:52 PM

ମୁମ୍ଵାଇ ୨୧।୦୯: ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କରୀନା କପୁର ଅନ୍ୟତମ। ସେ ନିଜ ଅଭିନୟ ସହିତ ପ୍ରତ୍ୟେକ ଥର ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । କରୀନା ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ତାଙ୍କ ଜନ୍ମଦିନ ପଟଉଦି ପ୍ୟାଲେସରେ ସେଲିବ୍ରେସନ କରିଥିଲେ। କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଫଟୋ  ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ କରୀନା କେକ୍ କାଟିଥିବାର ନଜର ଆସିଛନ୍ତି। କରିସ୍ମା ମଧ୍ୟ କରୀନାଙ୍କ କେକ୍ ଫଟୋ ପ୍ରଶଂସକଙ୍କୁ ଦେଖାଇଥିଲେ। ଏହି କେକ୍ ଉପରେ ଲେଖା ହୋଇଛି – ହମାରି ଜାନେ ଜାନ ହାପି ବର୍ଥ ଡେ । ଗୋଟିଏ ଫଟୋରେ କରିସ୍ମା ଲେଖିଛନ୍ତି – ମେରୀ ଲାଇଫ୍ ଲାଇନ୍ ।

କରିସ୍ମା କରୀନାଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ଗୋଟିଏ ପରେ ଗୋଟିଏ ପୋଜ୍ କରୁଥିବା ଦେଖିବାକୁ ମିଳିଛନ୍ତି। ଲୁକ୍ ବିଷୟରେ କହିବାକୁ ଗଲେ କରୀନା ହଳଦିଆ ରଙ୍ଗର କଫ୍ଟାନ୍ ପିନ୍ଧିଥିବାର ନଜର ଆସିଛନ୍ତି। କରୀନା କପୁରଙ୍କ ଏହି ଜନ୍ମଦିନ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଅଭିନେତ୍ରୀ ଫିଲ୍ମ ଜାନେ ଜାନା ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରୁଛି। ଏହି ଚଳଚ୍ଚିତ୍ରରେ ବିଜୟ ବର୍ମା ଏବଂ ଜୟଦୀପ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ କରୀନାଙ୍କର ଅନେକ ଫିଲ୍ମ ଅଛି ।

   Related Posts